କନକ ବ୍ୟୁରୋ: ଆଜି ବିଜେଡି ତା’ର ବାକି ଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେଲେ ଏହି ଘୋଷଣା ସହ ନିରାଶ ହୋଇଛନ୍ତି ସମୀର ଦାଶ । ବିଜେଡି ପୂର୍ବରୁ ସମୀର ଦାଶଙ୍କ ଟିକେଟ କାଟି ନିମାପଡାରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ନିମାପଡାରେ ଟିକେଟ ପରିବର୍ତ୍ତନ ପାଇଁ ଚାପ ପକାଉଥିଲେ ସମୀର । ସମର୍ଥକଙ୍କୁ ଧରି ସଭାସମିତି ଓ ରୋଡ ସୋ’ ଜରିଆରେ ପକାଉଥିଲେ ଚାପ । ଏହି ପ୍ରାର୍ଥୀ ତାଲିକା ଘୋଷଣାରେ ଦେବଗଡରେ ପ୍ରାର୍ଥୀ ପରିବର୍ତ୍ତନ କରାଗଲା ହେଲେ ନିମାପଡାରେ କୌଣସି ପରିବର୍ତ୍ତନ ହେଲାନାହିଁ ।
ସମୀର ଦାଶ ୨୦୦୯ରୁ ନିମାପଡାରେ ବିଜେଡି ଟିକେଟରୁ ଜିତିଆସୁଥିଲେ । ସେ ୩ଥର ବିଧାୟକ ରହିବା ସହ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ । ହେଲେ ୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କ ଉପରେ ଭରସା କରିନାହିଁ । ତେଣୁ ତାଙ୍କ ବଦଳରେ ଦିଲ୍ଲୀପଙ୍କୁ ଟିକେଟ ଦେଇଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/53.jpg)