ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।

ପ୍ରଶ୍ନପତ୍ର ଭୁଲ ପ୍ରସଙ୍ଗ ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ପ୍ରଶ୍ନପତ୍ର ଲିକ୍ ନୁହେଁ... ମୁଦ୍ରଣ ତ୍ରୁଟି

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ବିଜେଡି ନେତାମାନେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ଲଗାତାର ଟ୍ୱିଟ୍ କରୁଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe