ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍: ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାରୁ ହୋଇନି ନିଷ୍ପତି; ଆନୁଷ୍ଠାନିକ ଭାବେ ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

Advertisment
ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍: ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାରୁ ହୋଇନି ନିଷ୍ପତି; ଆନୁଷ୍ଠାନିକ ଭାବେ ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ:  କରୋନା ମୁକାବିଲା ନେଇ ଦେଶବ୍ୟାପୀ ତାଲାବନ୍ଦ ଅଭିଯାନ ଜାରି ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କରୋନା ଯୋଗୁଁ ପରୀକ୍ଷା ହୋଇପାରିନଥିଲା । ତେଣୁ ସମସ୍ତ ଛାତ୍ରାଛାତ୍ରୀ ଚଳିତ ବର୍ଷା ପାଇଁ ଉପର ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ସେମାନଙ୍କର ଆଉ ପୁନର୍ବାର ପରୀକ୍ଷା ହେବ ନାହିଁ ତେବେ ଆସନ୍ତା ବର୍ଷରୁ ପାସଫେଲ ବ୍ୟବସ୍ଥା ଲାଗୁ କରାଯିବା ନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କଲେ ବିଭାଗୀୟ ମନ୍ତ୍ରୀ ।

ସେହିପରି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍କୁଲ, କଲେଜ ଛୁଟି ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାର୍ତା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଏଭଳି ଏକ ସମୟରେ ଆପଣମାନେ ପାଠପଢ଼ୁଥିବେ ବୋଲି ମୋର ଆଶା ଓ ବିଶ୍ବାସ। ଆସନ୍ତା ୩ ମାସ ପାଇଁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଛି। ଜୁନ୍ ୧୫ରୁ ପୁଣିଥରେ ମଧ୍ୟାହ୍ନଭୋଜନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ବଣ୍ଟନ ହେଉଥିବା ମଗଣା ପାଠ୍ୟପୁସ୍ତକ ଜିଲ୍ଲାସ୍ତରରେ ପହଞ୍ଚିସାରିଛି।

କରୋନା ଭୂତାଣୁ ସଂକ୍ରମଣ ସାମାନ୍ୟ କମିବା କ୍ଷଣି ପିଲାଙ୍କ ପାଖରେ ବହି କିଭଳି ପହଞ୍ଚିବ ସେଥିପ୍ରତି ବିଭାଗ ଗୁରୁତ୍ବାରୋପ କରୁଛି। ଯେକୌଣସି ପ୍ରକାରେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପିଲାଙ୍କ ନିକଟରେ ମାଗଣା ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ସେମାନଙ୍କୁ ପଢ଼ିବା ଲାଗି ସୁବିଧା ହେବ। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍ ହୋଇଛି। ଗୋଟିଏ ବିଷୟର ପରୀକ୍ଷାକୁ ଛାଡ଼ି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମସ୍ତ ପରୀକ୍ଷା ଶେଷ ହୋଇଯାଇଛି। ଉକ୍ତ ଗୋଟିଏ ବିଷୟ ପରୀକ୍ଷା କରାଯିବ କି ନାହିଁ ସେସମ୍ପର୍କରେ ବିଭାଗ ଚିନ୍ତା କରୁଛି। ଏବେ ସ୍କୁଲ ଛୁଟି ରହିଥିବାରୁ ପିଲାମାନେ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେବା ଆବଶ୍ୟକ। ଘରେ ରହି ପଢ଼ନ୍ତୁ। ପୁରୁଣା ପାଠକୁ ବାରମ୍ବାର ଅଭ୍ୟାସ କରିବା ସହ ଆଗକୁ କ’ଣ ପଢ଼ାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସମୀର ରଂଜନ ଦାଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe