ରାଜ୍ୟରେ ଖାଲି ପଡ଼ିଛି ୧୬ଶହ ବିଜ୍ଞାନ ଶିକ୍ଷକ ପଦବୀ : ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

101

କନକ ବ୍ୟୁରୋ : ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୫୬୨ ହାଇସ୍କୁଲରେ ବିଜ୍ଞାନ ଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି ।

୧୦୦ଟି ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନଗାର ଅଛି। ସି ଏସ ଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି । ୧୦୦ ଟି ଉକର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରିବା କରାଯାଉଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ।