କିଏ ମୁମ୍ବାଇର ଏହି ରିଏଲ ସିଘଂମ? ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ କରିଛନ୍ତି ଗିରଫ? ଅନେକଥର ସେଲିବ୍ରିଟିଙ୍କୁ କରିଛନ୍ତି ସାମ୍ନା

264

କନକ ବ୍ୟୁରୋ: ଏନସିବି ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଉପରେ ରେଡ କରିଥିଲେ । ଆଉ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରିଥିଲେ । ଆଉ ଏଥିରେ ବଲିଉଡ ଅଭିନେତାଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି ଏନିସିବି । ଏହି ଘଟଣାରେ ଆର୍ୟନଙ୍କୁ ବାରମ୍ବାର ପଚରାଉଚରା କରୁଛ ପୋଲିସ । ତେବେ ଏହି ଘଟଣା ଭିତରେ ଗୋଟିଏ ନାଁ ବେଶ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ସମୀର ୱାଙ୍ଖଡେ ।

ଏନସିବି ମୁମ୍ବାଇର ଜୋନାଲ ଡାଇରେକ୍ଟର ହେଉଛନ୍ତି ସମୀର ୱାଙ୍ଖଡେ । ଡ୍ରଗ୍ସ ପାର୍ଟି ବିଷୟରେ ଖବର ପାଇ ଯାତ୍ରୀ ଭାବରେ କ୍ରୁଜରେ ପହଞ୍ଚି ସମସ୍ତଙ୍କୁ ଗରିଫ କରିଥିଲେ । ତେବେ ଆସନ୍ତୁ ଜାଣିବା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ଏହି ଅଫିସର କିଏ ?

କିଏ ସମୀର ୱାଙ୍ଖଡେ?
ସମୀର ମହାରାଷ୍ଟ୍ରର ୨୦୦୮ ବ୍ୟାଚର ଆଇଆରଏସ ଅଧିକାରୀ । ଭାରତୀୟ ରାଜସ୍ୱ ସେବା ନିଯୁକ୍ତି ପାଇବା ପରେ ପ୍ରଥ କରି ତାଙ୍କୁ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଡେପୁଟି କଷ୍ଟମ କମିଶନର ଭାବେ ଦାୟିତ୍ୱ ମିଳିଥିଲା । ତାଙ୍କ ବାପା ଜଣେ ପୋଲିସ ଅଫିସର ଥିଲା ବେଳେ ତାଙ୍କ ପତ୍ନୀ ଜଣେ ମରାଠୀ ଅଭିନେତ୍ରୀ । ନିଜ କାମ ପାଇଁ ସମୀର ବେଶ ପରିଚିତ ।

ସମୀରଙ୍କ ନେତୃତ୍ୱରେ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ରାକେଟର ପଦ୍ଦାଫାସ ମଧ୍ୟ ହୋଇଛି । ଗତ ବର୍ଷ ହିଁ ତାଙ୍କୁ ଡିଆରଆଇରୁ ଏନସିବିକୁ ଟ୍ରାନ୍ସଫର କରାଯାଇଛି ।

ନିଜ କାମ ସମୟରେ ସମୀର ଅନେକ ସମୟରେ ସେଲିବ୍ରିଟିଙ୍କୁ ସାମ୍ନା କରିଥାନ୍ତି । ନିଜ ସଚ୍ଚୋଟ ପଣିଆ ଯୋଗୁଁ ସେ ବେଶ ପରିଚିତ ଥିଲେ । ଡ୍ୟୁଟିରେ ଥିଲେ ତାଙ୍କୁ ଫରକ ପଡେନି ତାଙ୍କ ଆଗରେ କେତେ ବଡ ଲୋକ ଅଛି । ବରଂ ସେ ନିଜ କାମକୁ ଗୁରୁତ୍ୱ ଦେଇଥାନ୍ତି । ଏୟାରପୋର୍ଟରେ ଡ୍ୟୁଟି କରୁଥିବା ସମୟରେ ସେ ଅନକ ଥର ବଲିଉଡର ଅନେକ ଅଭିନେତା ଓ କ୍ରିକେଟକଙ୍କୁ ସାମ୍ନା କରିଛନ୍ତି ।

୨୦୧୧ ମସିହା କ୍ରିକେଟ ବିଶ୍ୱକପ ସମୟରେ ସେ ଏୟାରପୋର୍ଟରେ ବିଶ୍ୱକପକୁ ଅଟକାଇ ଦେଇଥିଲେ । କଷ୍ଟମ ଟ୍ୟାକ୍ସ ଦେବା ପରେ ହିଁ ସେ ବିଶ୍ୱକପକୁ ଛାଡିଦେଇଥିଲେ । ସେହିପରି ୨୦୧୩ରେ ମିଲକା ସିଂଙ୍କୁ ବିଦେଶ ମୁଦ୍ରା ସହ ଧରିଥିଲେ । ଏହାସହ ଅନୁରାଗ କଶ୍ୟପ, ବିବେକ ଓବରୟଙ୍କୁ ମଧ୍ୟ ଅଟକାଇଥିଲେ ।