ସମୀର ୱାଙ୍ଖଡେଙ୍କ ଜାତିଗତ ପ୍ରମାଣ ପତ୍ର ମାମଲା, ପ୍ରଥମ ସ୍ତ୍ରୀଙ୍କ ପିତା କହିଲେ ଏମିତି କଥା

79

କନକ ବ୍ୟୁରୋ : ଏନସିବିର ଜୋନାଲା ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଲାଞ୍ଚ ଅଭିଯୋଗ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ସମୀରଙ୍କ ପ୍ରଥମ ପତ୍ନୀ ଡାକ୍ତର ଶବାନା କ୍ୟୁରେଶିଙ୍କ ପିତାଙ୍କ ବୟାନ ଏବେ ସମୀରଙ୍କୁ ପୁରା ଦୋଷୀ ସାବ୍ୟସ୍ତ କରିବ ବୋଲି ଅନୁମାନ କରାଯାଉଛି । ଶବାନାଙ୍କ ପିତା ଜାହିଦ କ୍ୟୁରେସୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି “ମୁଁ ସମୀରଙ୍କ ସହ ମୋ ଝିଅର ବାହାଘର କରିବା ବେଳେ ପୁରା ସମୀରଙ୍କ ପରିବାର ମୁସଲିମ୍ ଥିଲେ ଓ ମୁସଲିମ ଭାବେ ମୋ ଘରକୁ ପ୍ରସ୍ତାବ ନେଇ ଆସିଥିଲେ”

କେବଳ ସେତିକି ନୁହେଁ ଜାହିଦ୍ କ୍ୟୁରେଶି କହିଛନ୍ତି କି ଯେତେବେଳେ ସମୀର ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ସେ ନମାଜ ପଢିବା ସହ ମସଜିଦ୍ ଯାଉଥିଲେ । ସେ ଆହୁରି କହିଛନ୍ତି କି ମୋ ଝିଅର ତଲାକ ହୋଇଯିବା ପରେ ଆମେ ଆମ ଦୁଃଖରେ ଥିଲୁ, କିନ୍ତୁ ଏବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆମେ କହିବାକୁ ବାଧ୍ୟ ହେଉଛୁ ।

ଏତିକିରେ ଅଟକି ନାହାଁନ୍ତି ଜାହିଦ୍ କ୍ୟୁରେଶି । ସେ ସମୀରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ସମୀର ଏବେ ନିକହା ପୂର୍ବର ସାର୍ଟିଫିକେଟ ଦେଖାଉଛନ୍ତି କିନ୍ତୁ ନିକହା ପରର ସାର୍ଟିଫିକେଟ କାହିଁକି ଦେଖାଉ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଜିହାଦ କହିଛନ୍ତି ଯେ “ମୁଁ ଜାଣିଛି କି ମୋ ସମୁଦୀ ଦାଉଦ ୱାଙ୍ଖଡେ ଅଟନ୍ତି”

ଅନ୍ୟପଟେ ସମୀରଙ୍କ ପ୍ରଥମ ପତ୍ନୀଙ୍କୁ ନୱାବ ମଲ୍ଲିକଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗ ଉପରେ ପ୍ରଶ୍ନ ପଚରାଯାଇଥିଲେ ବି ସେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜବାବ୍ ଦେଇଥିଲେ । ସେ କହିଥିଲେ କି ଯେତେବେଳେ ମୁଁ ଓ ମୋ ପରିବାରର ସମ୍ମାନର କଥା ଉଠିଲା ସେତେବେଳେ ଆମେ ବାଧ୍ୟ ହୋଇ ଗଣମାଧ୍ୟମ ସାମ୍ନାକୁ ଆସିଲୁ । ମୋର ତଲାକ ହେବା ପରେ ଆମେ ସବୁକିଛି ଭୁଲି ଯାଇଛୁ ।