ସମୀରଙ୍କ ପାଇଁ ବଢିଲା ଅଡୁଆ, ନିକହାନାମାକୁ ଅସଲି ବୋଲି କହିଲେ ସମୀରଙ୍କ ପିତା

194

କନକ ବ୍ୟୁରୋ : ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ନେଇ ଦୈନିକ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ସମୀରଙ୍କ ଉପରେ ଅଭିଯୋଗର ପାହାଡ ଠିଆ କରାଇଛନ୍ତି । ସମୀରଙ୍କ ନିକହାନାମା ଜାରି କରି ଏବେ ସମୀରଙ୍କ ଚାକିରୀ ପ୍ରତି ବିପଦ ଆଣିଛନ୍ତି । ମଲ୍ଲିକଙ୍କ ଏହି ପ୍ରମାଣକୁ ସମୀରଙ୍କ ପତ୍ନୀ ମିଥ୍ୟା ବୋଲି କହୁଥିବା ବେଳେ ସମୀରଙ୍କ ପିତାଙ୍କ ବୟାନ ଏବେ ପୁରା ରାଜ୍ ଖୋଲିବ ବୋଲି ଅନୁମାନ କରାଯାଉଛି ।

ସମୀର ୱାଙ୍ଖଡେଙ୍କ ପିତା ଧ୍ୟାନଦେବ ମାନିଛନ୍ତି କି ମଲ୍ଲିକ ଜାରି କରିଥିବା ନିକହାନାମା ସତ୍ୟ ଅଟେ , ଆମେ ହିନ୍ଦୁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଧ୍ୟାନଦେବ କହିଛନ୍ତି କି “ନିକହାନାମା ସତ୍ୟ ଅଟେ, ମାତ୍ର ଆମେ ହିନ୍ଦୁ, ମୋ ପୁଅ ଓ ଗୋଟିଏ ଝିଅକୁ ନେଇ ଆମର ଛୋଟିଆ ପରିବାର ଓ ଆମେ ସମସ୍ତେ ହିନ୍ଦୁ ହୋଇଥିବା ବେଳେ ମୋ ପତ୍ନୀ ଜଣେ ମୁସଲିମ୍”

ଅନ୍ୟପଟେ ନିକହାନାମାରେ ଦାଉଦ ଲେଖାଯାଇଥିବା ପ୍ରଶ୍ନର ଉତ୍ତରରେ ଧ୍ୟାନଦେବ କହିଛନ୍ତି କି “ଏହା ଏକ ବଡ ନିକହା ଥିଲା,ମୁଁ ଉର୍ଦ୍ଧୁ ବୁଝିପାରେ ନାହିଁ, ମୋ ପତ୍ନୀ ଏଭଳି ଲେଖିଥାଇ ପାରନ୍ତି । ମୋ ନାମ ଧ୍ୟାନଦେବ, ଦାଉଦ ନୁହେଁ, ମୋ ସ୍ତ୍ରୀ ବିଭାଘର ପାଇଁ ଏଭଳି ଦାଉଦ ନାମ ଲେଖିଥାଇ ପାରନ୍ତି । ମୁଁ କିଛି ଲୁଚାଇବାକୁ ଚାହୁଁନାହିଁ , ମୁଁ ଜନ୍ମରୁ ହିନ୍ଦୁ ଅଟେ ”

କହିରଖୁ କି ଏନସିବି ମୁମ୍ବାଇ ବ୍ରାଞ୍ଚର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ମିଥ୍ୟା ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା କଥା ବାରମ୍ବାର ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲ୍ଲିକ ଦାବି କରିଆସୁଛନ୍ତି । ହେଲେ ଏହି ଦାବି କୁ ବାରମ୍ବାର ସମୀର ୱାଙ୍ଖଡେ ଓ ତାଙ୍କ ପତ୍ନୀ ଖଣ୍ଡନ କରିଛନ୍ତି । ହେଲେ ଆଜି ନୱାବ ମଲ୍ଲିକ ଏକ ନିକହା ପଞ୍ଜିକରଣର ସାର୍ଟିଫିକେଟ ଟ୍ୱିଟ୍ କରି ସମୀରଙ୍କୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ଏହି ନିକହା କରିଥିବା ମୌଲାନା ବି କହିଛନ୍ତି କି ସମୀରଙ୍କ ପୁରା ପରିବାର ମୁସଲିମ୍ ଅଟନ୍ତି ।