ନୂଆବର୍ଷରେ ନୂଆ ମଙ୍ଗୁଆଳ ପାଇଲା ରାଜ୍ୟ ବିଜେପି । ସହମତିରେ ସଭାପତି ହେଲେ ସମୀର ମହାନ୍ତି । ୨୦୧୬ରୁ ତୁଲାଇ ଆସୁଥିଲେ ଉପ ସଭାପତି ଦାୟିତ୍ୱ

384

କନକ ବ୍ୟୁରୋ: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । ୨୦୧୬ରୁ ରାଜ୍ୟ ବିଜେପିର ଉପ ସଭାପତି ପଦରେ ଥାଇ ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଥିଲେ ସମୀର ।

୧୯୭୭ରେ ଏବିଭିପିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର ୧୯୮୪ର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ହୋଇଥିଲେ । ତେବେ ୧୯୮୫ରେ ସରକାରୀ ଚାକିରିରେ ଯୋଗଦାନ କରି ବିଡିଏର ଉପ ସୂଚନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।
ମାତ୍ର ୧୯୯୫ରେ ଚାକିରି ଛାଡି ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ତୁଲାଇଥିଲେ ସମୀର । ୨୦୦୦ରେ ରାଜ୍ୟ ବିଜେପିର ସଂପାଦକ ହୋଇଥିଲେ ମଧ୍ୟ ୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ ।

ତେବେ ନୂଆବର୍ଷରେ କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ନୂଆବର୍ଷରେ ବିଜେପି ନୂଆ ମୁଖିଆ ଦେଖିବ ବୋଲି ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ଲାଗିରହିଥିଲା । ତେବେ ରେସରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାମ ପ୍ରଥମେ ଥିବା ବେଳେ ସହମତି ଭିତ୍ତିରେ ସମୀରଙ୍କ ନାଁରେ ମୋହର ମରାଯାଇଛି । ତେବେ ଆସନ୍ତାକାଲି ସଭାପତି ପାଇଁ ପରୀକ୍ଷା ହେବାକୁ ଥିବା ବେଳେ ଆଜି ସହମତିରେ ସମୀରଙ୍କୁ ମୁଖିଆ ମୁକୁଟ ପିନ୍ଧାଇଛନ୍ତି ବିଜେପି କର୍ମୀ ।