ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ : ୧୫ ଜଣ ପ୍ରତିଭାବାନ ଦିବ୍ୟାଙ୍ଗଙ୍କୁ କରାଗଲା ସମ୍ମାନିତ

53

କନକ ବ୍ୟୁରୋ : ବରଗଡ ଜିଲ୍ଲା ଗାଇସିଲେଟର ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଂଟନ ସହ ୧୫ ଜଣ ପ୍ରତିଭାବାନ ଦିବ୍ୟାଙ୍ଗଙ୍କୁ ସମ୍ମାନିତ କରାଯାଇଥିଲା । କରୋନା ବିପତି ସମୟରେ ଜୀବନକୁ ବିପନ୍ନ କରି ଖବର ପ୍ରସାରଣ କରିଥିବାରୁ ବୈଦ୍ୟୁତିକ ଗଣମାଧ୍ୟମର ତିନିଜଣ ପ୍ରତିନିଧି ଅନନ୍ତ ମଟାରୀ, ରମଣୀ ରଂଜନ ବେହେରା ଓ ବ୍ୟୋମକେଶ କରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ମୁଖ୍ୟ ଅତିଥି ବିଧାୟିକା ରୀତା ସାହୁ ସମ୍ମାନିତ କରିଥିଲେ ।