ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଆଯିବ ନିଷ୍ପତ୍ତି : ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; ପରିସ୍ଥିତିକୁ ଦେଖି ଆଗକୁ ନିଷ୍ପତ୍ତି ନିଆଯିବ

ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ସରକାର ଇଚ୍ଛୁକ କିନ୍ତୁ କରୋନା ସ୍ଥିତି ଉପରେ ରହିଛି ନଜର

142

କନକ ବ୍ୟୁରୋ :ଆସନ୍ତା ଏପ୍ରିଲ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦିଅନ୍ତୁ । ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । କିନ୍ତୁ କରୋନା ପାଇଁ ଏପ୍ରିଲ ୩୦ ଯାଏ ବନ୍ଦ ରହିଛି ପାଠପଢା । ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଛି । ସବୁ କୋର୍ସ ସରିନି । ୩୦ ପରେ ଦ୍ୱିତୀୟ ଲହରର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ।

ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନ ହୁଏ ସେଥିଲାଗି ଏହି ପଦକ୍ଷେପ ନେଇଛି ସିବିଏସଇ । ଆମେ ଏହାକୁ ଅନୁଧ୍ୟାନ କରିବୁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ।

EWS କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜିକରଣ କରିନାହାନ୍ତି। ସେଥିଲାଗି ସ୍କୁଲ ପଞ୍ଜିକରଣ ଅବଧିକୁ ଏପ୍ରିଲ ୨୩ ଯାଏ ବଢ଼ାଗଲା। ସେହିକ୍ରମରେ ଆର୍ଥିକ ଅନଗ୍ରସର ଵର୍ଗ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତାରିଖ ଏପ୍ରିଲ ୩୦ କୁ ବୃଦ୍ଧି କରାଯାଇଛି ।