କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଆଇନ ଗଢିବା କ୍ଷମତା କୋର୍ଟଙ୍କ ନିକଟରେ ନାହିଁ । ହେଲେ ସେମାନଙ୍କୁ ବିବାହ ପାଇଁ ଅନୁମତି ମିଳିବା ଉଚିତ । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣିବେଳେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Advertisment

ତେବେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସମର୍ଥନ କରୁ ନାହାଁନ୍ତି । ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ମିଳୁ ବୋଲି ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନାୟାଳୟ । ଗତ ମେ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ସମଲିଙ୍ଗୀଙ୍କ ଦାବି କ’ଣ ?

- ୧୮ଟି ସମଲିଙ୍ଗୀ ଯୁଗଳ ସୁପ୍ରିମକୋର୍ଟରେ କରିଥିଲେ ଆବେଦନ
- ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତ କରିବାକୁ ଆବେଦନ 
- ସାଧାରଣ ଦମ୍ପତିଙ୍କ ଭଳି ଜୀବନ ବିତାଇବାକୁ ମିଳୁ ଅନୁମତି
- ପୋଷ୍ୟ ସନ୍ତାନ ଗ୍ରହଣ ବେଳେ ସମସ୍ୟା ନହେଉ
- ସମ୍ପତି କିଣିବାବେଳେ ଆଇନ ଗତ ସମସ୍ୟା ନରହୁ
- ସମାଜରେ ମୁଣ୍ଡ ଟେକି ବଂଚିବାର ଅଧିକାର ମିଳୁ

କେଉଁ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ୱୀକୃତୀ ?

- ବିଶ୍ୱର ୩୪ଟି ଦେଶରେ ସମଲିଙ୍ଗୀ ବିବାହ ବ୍ୟବସ୍ଥା 
- ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ବ୍ରାଜିଲ ଦେଶରେ ଏହା ଆଇନ ସମ୍ମତ
- ୬୪ଟି ଦେଶରେ ସମଲିଙ୍ଗୀ ବିବାହ ଓ ସମ୍ପର୍କକୁ ବେଆଇନ୍ ଧରାଯାଏ
- ଆଫ୍ରିକା ମହାଦେଶର ଅଧିକାଂଶ ଦେଶରେ ଏହା ଅପରାଧିକ ମାମଲା ଭାବେ ବିଚାର କରାଯାଏ
- ପାକିସ୍ତାନ ଓ ଆଫଗାନିସ୍ତାନରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ 
- ୨୦୧୮ରେ ସମଲିଙ୍ଗୀ ସଂପର୍କକୁ ଅନୁମତି ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ 
- ଏହା ପୂର୍ବରୁ ଭାରତରେ ବି ଅପରାଧ ଭାବେ ଧରାଯାଉଥିଲା