source:Hindustan
ଅଧିକାଂଶ ସମୟରେ ଯମଜ ଭାଇଙ୍କ ଶାରୀରିକ ଆକାର ଏବଂ ମୁହଁର ଅଙ୍ଗଭଙ୍ଗୀରେ ସାମଞ୍ଜସ୍ୟ ଦେଖାଯାଏ । କିନ୍ତୁ ମୁମ୍ବାଇରେ ରହୁଥିବା ଦୁଇ ଯମଜ ଭାଇ ରୋହନ୍ ଚେମ୍ବାକସେରିଲ୍ ଏବଂ ରାହୁଲ ୍ଚେଚେମ୍ବାକସେରିଲ୍ ପରୀକ୍ଷାରେ ମଧ୍ୟ ସମାନ ଅଙ୍କ ରଖି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଦୁହେଁ ଆସିଏସଇର ବୋର୍ଡ ପରୀକ୍ଷାରେ ୯୬.୫ % ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁଇ ଯମଜ ଭାଇ ମୁମ୍ବାଇର ଖାର୍ ଅଞ୍ଚଳରେ ଥିବା ଜୋସୁଦାବେନ୍ ଏମ୍ ଏଲ୍ ସ୍କୁଲରେ ପାଠ ପଢୁଛନ୍ତି । ଭଲ ମାର୍କ ରଖିଥିବା ଏହି ଦୁଇ ଭାଇ ଏବେ ବିଜ୍ଞାନରେ ନିଜ ଭବିଷ୍ୟତ କରିବା ପାଇଁ ଭାବିଛନ୍ତି । ଏହି ଦୁଇ ଭାଇଙ୍କ ବାପା ମା’ କୁହନ୍ତି ଯେ ଦୁଇଜଣଙ୍କ ମଧ୍ୟରେ ଏଭଳି ସାମଞ୍ଜସ୍ୟ ରହିଛି ଯେ ଦୁହେଁ ଏକସଙ୍ଗେ ରୋଗରେ ମଧ୍ୟ ପଡିଥାନ୍ତି ,ଏକ ସମୟରେ ଦୁହିଁଙ୍କୁ ଭୋକ ଲାଗେ କିନ୍ତୁ ଏକାଭଳି ନମ୍ବର ଆଣିବା କଥା ନେଇ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଛନ୍ତି ।
Follow Us