ସମ୍ବଲପୁରରେ ଦାଦାବଟିକୁ ନେଇ ଗଣ୍ଡଗୋଳ, ଦୋକାନ ଭଙ୍ଗାରୁଜା । ସିଟିଟିଭିରେ କଏଦ ହେଲା ପୂରା ଘଟଣା

27

କନକ ବ୍ୟୁରୋ: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଅଂଚଳରେ ଦାଦାବଟିକୁ ନେଇ ଗଣ୍ଡଗୋଳ ଓ ଭଙ୍ଗାରୁଜା । ଗତକାଲି ପ୍ରାୟ ରାତି ୮ଟା ବେଳେ କିଛି ଅସମାଜିକ ଯୁବକ ଫାଟକ ଅଂଚଳର ଫ୍ଲାଇ ଓଭରବ୍ରିଜ ତଳେ ଥିବା ଦୋକାନଗୁଡିକରେ ଭଙ୍ଗାରୁଜା କରିବା ସହ ଦେକାନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏହି ଅଂଚଳରେ ପ୍ରତ୍ୟେକ ଦିନ ରାତିରେ ଅସମାଜିକ ଯୁବକମାନେ ନିଶାସେବନ କରି ଅନୈତିକ କାମ କରୁଥିବା ସଂପୃକ୍ତ ଅଂଚଳର ଦୋକାନୀ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ଭଙ୍ଗାରୁଜା ଓ ମାରପିଟ ଘଟଣା ସିସିଟିଭିରେ କଏଦ ହୋଇଛି ।