କନକ ବ୍ୟୁରୋ : ଧନରୁ ତୀର ଓ ତୁଣ୍ଡରୁ କଥା ବାହାରିଯିବା ପରେ ଆଉ କେବେ ଫେରିନଥାଏ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ଅଧିକାଂଶ ରାଜନେତାଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ରାଜନେତା ମାନେ କହୁ କହୁ ଏମିତି କିଛି କହି ଦେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥାଏ । ଯାହାର ଝଲକ ଗତକାଲି ପୁରୀ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ରାଲି ସମୟରେ ଦେଖିବାକୁ ମିଳିଥିଲା । ଜାତୀୟ ଗଣମାଧ୍ୟମରେ ବିଜେପିର ତୁଣ୍ଡ କୁହାଯାଉଥିବା ସମ୍ବିତ ପାତ୍ର ଏମିତି କିଛି କହିଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ପୁରୀରେ ଅପରାଧ ନ ହେଉ, ଗୁଳି ନ ଫୁଟୁ, ‘ଶଙ୍ଖ’ ଫୁଟୁ । ଜଗନ୍ନାଥଙ୍କ ନିକଟରେ ଏହା ପ୍ରତିଜ୍ଞା କରି ଆସିଛି । ଏଭଳି କଥା କୌଣସି ବିଜେଡି ନେତା ନୁହେଁ ବରଂ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଗୋଟିଏ ପଟେ ବିଜେପି ଓଡିଶାରେ ମିଶନ ୧୨୦କୁୁ ସଫଳ କରିବା ସହ ଲୋକସଭାରେ ୨୧ରୁ ୨୧ ଆସନ ଜିତିବାକୁ ଦମ୍ଭ ଦେଖାଉଥିବା ବେଳେ ସମ୍ବିତ କହିଛନ୍ତି ପୁରୀରେ ଶଙ୍ଖ ଫୁଟୁ । ଆଉ ସମ୍ବିତଙ୍କ ଏହି ବୟାନକୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କିଛି ୟୁଜର୍ସ ସମ୍ବିତଙ୍କ ତୁଣ୍ଡ ସୁତୁଣ୍ଡ ହେଉ ବୋଲି କହିଥିବା ବେଳେ ଆଉ କିଛି ୟୁର୍ଜସ କହିଛନ୍ତି, ଯାହା ହେଉ ସମ୍ବିତଙ୍କ ମୁହଁରୁ ସତ ବାହାରିଗଲା ।
କଣ କହିଥିଲେ ସମ୍ବିତ :
Follow Us