କନକ ବ୍ୟୁରୋ : ବାଙ୍କୀରେ ପୁଣି ଆତଙ୍କ । ପୋଲିସ ଏସଆଇଙ୍କୁ ଖଣ୍ଡାରେ ହାଣିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ବାଙ୍କୀ ଆଦିମାତା ଛକରେ ଖଣ୍ଡାରେ ହାଣିଛନ୍ତି ଯବାନ ଜଣକ । ଆକ୍ରମଣରେ ଏସଆଇ ସମ୍ବିତ ବିଶ୍ୱାଳ ଓ ଅନ୍ୟ ଜଣେ ହାବିଲଦାର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପରେ ଏସଆଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନନ୍ତର କରାଯାଇଛି । ଆକ୍ରମଣ ଘଟାଇଥିବା ଯୁବକ ହେଉଛନ୍ତି ପୂର୍ବତନ ଯବାନ ସରୋଜ ଦାସ । ପୂର୍ବରୁ ମଧ୍ୟ ସେ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ । ତେବେ ଆଜିର ଘଟଣାରେ ପୋଲିସ ତାଙ୍କୁ ଘଟଣାରେ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-22-11h33m11s627.jpg)