ତେଜିଲା ବିଜେଡି ନେତାଙ୍କ କଳି: ଦେବାଶିଷଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ

Advertisment
ତେଜିଲା ବିଜେଡି ନେତାଙ୍କ କଳି: ଦେବାଶିଷଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ

କନକ ବ୍ୟୁରୋ: ତେଜିଲା ବିଜେଡି ନେତାଙ୍କ କଳି। ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ବର୍ଷିଲେ ସମ୍ବିତ ରାଉତରାୟ। ସମ୍ବିତ ଓ ପ୍ରଭାତଙ୍କୁ ଦେବାଶିଷ କରିଥିବା ଆକ୍ଷେପର ଜବାବ ରଖିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ସମର୍ଥକ ନିର୍ବାଚନ ପ୍ରଚାର ବେଳେ ତାଙ୍କ ବିରୋଧରେ ପ୍ରଚାର କରିଥିବା କହିଛନ୍ତି ସମ୍ବିତ ରାଉତରାୟ। ଏବଂ ଏହି କଥା ସେ ଦେବାଶିଷଙ୍କୁ ଜଣାଇଥିବା କହିଛନ୍ତି। ଦେବାଶିଷ ଜାଣି ରଖିବା କଥା ତାଙ୍କ ପରିବାର ଦାମ ରାଉତଙ୍କ ପରିବାର, ଯିଏ ଲମ୍ବା ସମୟ ଧରି ଓଡ଼ିଶା ଲୋକଙ୍କ ସେବା କରିଥିବା କହିଛନ୍ତି ସମ୍ବିତ ରାଉତରାୟ। ଏହାସହ ୨୦୧୯ରେ ସମ୍ବିତ ଯେତିକି ଭୋଟ୍ ପାଇଥିଲେ ୨୦୨୪ରେ ତାଙ୍କ ପତ୍ନୀ ମଧ୍ୟ ସେତିକି ଭୋଟ୍ ପାଇଛନ୍ତି, ତ ଲୋକେ କେମିତି ପ୍ରତ୍ୟାକ୍ଷାନ କଲେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବିତ ରାଉତରାୟ କହିଛନ୍ତି, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହୁଥିଲେ ମୋ ପରିବାରକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦେବାଶିଷ ସାମନ୍ତରାୟ ଜାଣି ରଖିବା ଦରକାର ମୋ ପରିବାର ଦାମ ରାଉତଙ୍କ ପରିବାର । ଯିଏ ଲମ୍ବା ସମୟ ଧରି ଓଡ଼ିଶାର ଲୋକଙ୍କ ସେବା କରିଛନ୍ତି । ୨୦୧୯ ରେ ମୁଁ ୭୦ ହଜାର ଭୋଟ ପାଇଥିଲି ଆଉ ୨୦୨୪ ରେ ମୋ ସ୍ତ୍ରୀ ମଧ୍ୟ ସେହି ଭୋଟ ପାଇଛନ୍ତି । ତ ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ କେମିତି । ୨୦୧୯ ରେ ଗୋଡି ମାଟି ଜିତିଥିବା ବେଳେ ସେ ହାରିଲେ କେମିତି । ୨୦୨୪ ରେ ଆପଣଙ୍କୁ କାହିଁକି ଟିକେଟ ମିଳିଲାନି କୁହନ୍ତୁ ଦେବାଶିଷ ସାମନ୍ତରାୟ । ଦଳ ଅନ୍ୟ ଲୋକ ଙ୍କୁ ଟିକେଟ ଦେବା ପରେ ଆପଣଙ୍କୁ ଦାୟିତ୍ବ ଦେଲେ କିନ୍ତୁ ଦଳ ସେଠି ୩ ନମ୍ବରରେ ରହିଲା କେମିତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe