କନକ ବ୍ୟୁରୋ: ବିଜେଡି ପରାଜିତ ହେବାକୁ ଏହା ଭିତରେ ମାସେ ବିତିଲାଣି। କିନ୍ତୁ ପରାଜୟର କାରଣ କଣ ତାହା ଏଯାଏ ସ୍ପଟ ହୋଇନି। ଅନ୍ୟପଟେ ପରାଜୟକୁ ନେତାଙ୍କ ଭିତରେ ଥିବା ଅସନ୍ତୋଷ ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି।

Advertisment

ଜଣଙ୍କ ପରେ ଜଣେ ନେତା ପରାଜୟ ପାଇଁ ଅସ୍ତୋଷ ଝାଡିବା ସହ ସିଧାସଳଖ ସଳଖ ନିଜ ମନା କଥା କହିଛନ୍ତି। .. ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ଏଭଳି ବୟାନ ସାରାରାଜ୍ୟରେ ଚର୍ଚ୍ଚାରେ ବିଷୟ ହୋଇଛି। ବିଜେଡିର ପରାଜୟ ପାଇଁ ସେ କାହାର ନାଁ ନେଇ ନଥିଲେ ବି ମୂଷା ଉପାକ୍ଷାନର ଉଦାହରଣ ଦେଇ ଦଳର ଗୁମର ଖୋଲିଛନ୍ତି। ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ସୁଚିନ୍ତିତ ଭାବରେ ଦଳୀୟ ନେତା ହରାଇ ଦେଇଛନ୍ତି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରି କହିଛନ୍ତି, ଢୋଲ ଭିତରେ ଥିବା ମୂଷା ଏମିତି କରିଛନ୍ତି । ମୂଷା କିଏ ଆପଣ ଜାଣିଛନ୍ତି ? କହି କୋଟେରି ଗ୍ରୁପକୁ ଟାର୍ଗେଟ କରିଛନ୍ତି । ହେଲେ ଖୁବ ଶିଘ୍ର ମୂଷା କଢା ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

କଟକର ପ୍ରଭାତ ବିଶ୍ବାଳଙ୍କ ପରେ ସମ୍ବିତଙ୍କ ଏହି ବୟାନ ଦଳୀୟ ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି । ତେବେ ମୂଷା କିଏ ? ତାହା ଚର୍ଚ୍ଚାର ବିଷୟ ହୋଇଛି? ପ୍ରଶ୍ନ ଉଠୁଛି
- ବିଜେଡିରେ ମୂଷା କିଏ?
- କାହିଁକି ଦଳକୁ ହରାଇବା ପାଇଁ କରୁଥିଲା ଷଡଯନ୍ତ୍ର?
- ସମ୍ବିତଙ୍କ ମୂଷା ଉପକ୍ଷାନକୁ ନେଇ ଦଳରେ କମ୍ପନ?

ଅନ୍ୟପଟେ ଦଳୀୟ ନେତାଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରାନଗଲେ ଏହା ଆଗାମି ଦିନରେ ଆହୁରି ଅଧିକ ହୋଇପାରେ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ। ନିର୍ବାଚନ ପରେ ବିଜେଡି କୋମାରେ ଥିବା ପରି ମନେ ହେଉଛି । ଏହାରି ଭିତରେ କିଛି ବରିଷ୍ଠ ନେତାଙ୍କୁ ସାମ୍ନାକୁ ଆଣି ଦଳ ବରିଷ୍ଠଙ୍କୁ ଗୁରୁତ୍ବ ଦିଆଯିବାର ବାର୍ତ୍ତା ଦେଇଛି । ହେଲେ, ବିଜେଡିର ବଡ ନେତା ପାଟି ଖୋଲୁ ନଥିବାରୁ ସେମାନଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।