ନବୀନ ନିବାସରେ ଦାମଙ୍କ ପୁଅ ସମ୍ବିତ ରାଉତ ! ବିଜେଡି ଟିକେଟ୍ ନେଇ ସୁପ୍ରିମୋଙ୍କ ସହ କରିପାରନ୍ତି ଆଲୋଚନା, ପାରାଦୀପ ପାଇଁ ଅଛନ୍ତି ଆଶାୟୀ ।

450

କନକ ବ୍ୟୁରୋ : ନବୀନ ନିବାସରେ ଟିକେଟ କସରତ । ନବୀନ ନିବାସରେ ପଂହଚିଛନ୍ତି ବିଜେଡିରୁ ନିଲମ୍ବିତ ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତ । ଟିକେଟ୍ ପାଇଁ ନିଜ ଦାବି ଉପସ୍ଥାପନ କରିବାକୁ ସମ୍ବିତ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପାଖକୁ ଆସିଛନ୍ତି । ପାରାଦୀପ ଆସନରୁ ଲଢିବା ପାଇଁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି । ଏଥିପାଇଁ ସେ ସୁପ୍ରିମୋଙ୍କୁ ଭେଟିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ଏଥିସହ କହିଛନ୍ତି ତାଙ୍କ ବାପାଙ୍କୁ ବୁଝାଇବା ତାଙ୍କର ଦାୟିତ୍ୱ ନୁହେଁ ।

ସମ୍ବିତଙ୍କ ଏଭଳି ବୟାନ ପରେ ଏବେ ପ୍ରଶ୍ନ ଉଠୁଛି କ’ଣ ହେବ ଦାମଙ୍କ ଆଗାମୀ ରାଜନୈତିକ ପଦକ୍ଷେପ । ବିଜେପିରେ ମିଶିବେ ନା ବଦଳାଇବେ ନିଷ୍ପତ୍ତି । ବିଜେପିରେ ଦାମ ଯୋଗ ଦେଲେ, ପୁରା ଜଗତସିଂହପୁର ରାଜନୀତିକୁ ଏହା ପ୍ରଭାବିତ କରିବା ଆଶଙ୍କା ରହିଛି । ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଦେଇପାରେ ବିଜେଡି । ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଆଉ ଯଦି ଦାମ ନିଜେ ନିର୍ବାଚନ ଲଢିବା ପାଇଁ ସ୍ଥିର କରନ୍ତି, ତେବେ ନିର୍ବାଚନରେ ବାପ-ପୁଅଙ୍କ ଲଢେଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।