ମୋଦି ନୁହେଁ, ୨୦୧୯ରେ ପୁରୀରୁ ନିର୍ବାଚନ ଲଢିବେ ସମ୍ବିତ ପାତ୍ର । ନୂଆ ଚେହେରା ଆଣି ପାରିବେ କି ବିଜେପି ପାଇଁ ବିଜୟ?

ଆଗାମୀ ନିର୍ବାଚନରେ ପୁରୀ ଆସନରୁ ଲଢିବେ ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡି ନିଜର ଦବଦବା ଦେଖାଇ ଆସିଛି । ପିନାକୀ ମିଶ୍ର ଲଗାତ ଭାବେ ଏହି ଆସନରୁ ଜିତିଛନ୍ତି । ଏହା ଅନ୍ତର୍ଗତ ବିଧାନସଭା ଆସନରେ କେବଳ ଚିଲିକାକୁ ଛାଡିଦେଲେ ବିଜେପି ଅନ୍ୟ କୈାଣସି ଆସନରେ ମଧ୍ୟ ଜିତି ପାରିନାହିଁ ।

895

୨୦୧୯ରେ ପୁରୀରୁ ନିର୍ବାଚନ ଲଢିବେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଗାମୀ ନିର୍ବାଚନରେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢୀପାରନ୍ତି, ଏନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଛେଦ ପଡିଛି । ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଥିବା ସମ୍ବିତ ପାତ୍ର ୨୦୧୯ରେ ପୁରୀରୁ ନିଜ ଭାଗ୍ୟ ପରୀକ୍ଷା କରିବେ ।

ଭୁବନେଶ୍ୱରରେ ଦଳର ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ହୁଏତ ୨୦୧୯ରେ ମୋଦି ପୁରୀରୁ ଲଢି ପୂର୍ବ ଭାରତରେ ବିଜେପିର ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଉଦ୍ୟମ କରିବେ । ଏପରିକି ଦଳର ରାଜ୍ୟ ଶାଖା ତରଫରୁ କୁହାଯାଇଥିଲା, ଏନେଇ ଏକ ସଂକଳ୍ପ ପାରିତ କରାଯାଇ, କେନ୍ଦ୍ରୀୟ ଟିମ ନିକଟକୁ ପଠାଇ ଦିଆଯାଇଛି ।

ହେଲେ ଶେଷରେ ଏହି ତମାମ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି । ଆଗାମୀ ନିର୍ବାଚନରେ ପୁରୀ ଆସନରୁ ଲଢିବେ ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡି ନିଜର ଦବଦବା ଦେଖାଇ ଆସିଛି । ପିନାକୀ ମିଶ୍ର ଲଗାତର ଭାବେ ଏହି ଆସନରୁ ଜିତିଛନ୍ତି । ଏହା ଅନ୍ତର୍ଗତ ବିଧାନସଭା ଆସନରେ କେବଳ ଚିଲିକାକୁ ଛାଡିଦେଲେ ବିଜେପି ଅନ୍ୟ କୈାଣସି ଆସନରେ ମଧ୍ୟ ଜିତି ପାରିନାହିଁ ।

ନୂଆ ଚେହେରା ସମ୍ବିତ ପାତ୍ରଙ୍କୁ ଆଣି ପୁରୀରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖୀଥିବା ବିଜେପିକୁ ଏହା କେତେଦୂର ଫାଇଦା ପହଁଚାଇବ ତା ଉପରେ ସମ୍ତଙ୍କ ନଜର ରହିଛି । ବଡ କଥା ହେଉଛି, ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଅଛି । ଏହି ଆସନ ପାଇଁ ଏଯାଏଁ ବିଜେଡି କିମ୍ବା କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିଜେଡି ପିନାକୀ ମିଶ୍ରଙ୍କୁ ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବ ନା ଆଉ କିଛି ସମୀକରଣ ଉପରେ ଦଳ ଚିନ୍ତା କରୁଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।