ଦିଲ୍ଲୀ ଗଲା ପରୀ ମୃତ୍ୟୁ ପ୍ରସଙ୍ଗ । ନ୍ୟାୟ ଦାବିରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା ସମ୍ବିତ ପାତ୍ର 

168

କନକ ବ୍ୟୁରୋ : ଦିଲ୍ଲୀ ଗଲା ପରୀ ନ୍ୟାୟ ବିବାଦ । ପରୀକୁ ନ୍ୟାୟ ଦାବିରେ  ବିଜେପି ନେତା  ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସମନ ପାଇଁ ଦାବି କରିଛନ୍ତି । ଏନସିପିସିଆର ଅଧ୍ୟକ୍ଷକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ।

ସେପଟେ ଦିଲ୍ଲୀରେ ଓଡିଶାର ଭବନ ଆଗରେ ପରୀ ପାଇଁ ଆନ୍ଦୋଳନ । ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଓଡିଶା ଭବନ ଘେରାଉ କରାଯାଇଛି । ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । କଂଗ୍ରେସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରବାସୀ ଓଡ଼ିଆଙ୍କ ନେତୃତ୍ୱ ନେଇଥିବା ବିଜେପି ନେତା ସମ୍ବିତ ପାତ୍ର ।

ସେପଟେ ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଗସ୍ତ କରିଛନ୍ତି ବିଜେପିର ଏ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ସମସ୍ତ ବିଧାୟକ ଯାଇ, ପୀଡ଼ିତ ପରିବାରଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ଜିଦ ଧରିଛି । ପରୀ ମାମଲାରେ ସିବିଆଇ ତଦନ୍ତ ହେଉ, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ପରୀ ଗାଁରେ ପୁଲିସ ଛାଉଣୀ ହୋଇ ରହିଛି ।