ଇଭିଏମ୍ ଅଚଳ ଯୋଗୁଁ ଲାଇନରେ ଦେଢଘଣ୍ଟା ଛିଡା ହେଲେ ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଲୋକଙ୍କୁ ମତଦାନ ପାଇଁ କଲେ ଅପିଲ ।  

Advertisment
ଇଭିଏମ୍ ଅଚଳ ଯୋଗୁଁ ଲାଇନରେ ଦେଢଘଣ୍ଟା ଛିଡା ହେଲେ ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଲୋକଙ୍କୁ ମତଦାନ ପାଇଁ କଲେ ଅପିଲ ।  

କନକ ବ୍ୟୁରୋ: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ଏଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡା ହେବା ପରେ ଭୋଟ ଦେଇଛନ୍ତି ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । କହିଛନ୍ତି, ଦେଶକୁ ବିକଶିତ ଓ ଓଡିଶାକୁ ସଦୃଢ କରିବାକୁ ଭୋଟ ଦିଅନ୍ତୁ । ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଦେଲେ ବାର୍ତ୍ତା । ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe