ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଆଜି ସରୁଛି ପ୍ରଚାର। ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର

271

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଯାଜପୁର ଜିଲ୍ଲାରେ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପୁଛି ଗାଁ ଠୁ ସହର । ଏହି ପ୍ରରିପେକ୍ଷୀରେ ଯାଜପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଗୌତମ ରାୟଙ୍କ ପ୍ରଚାରର ମଂଗ ଧରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ସମ୍ବିତ ଆଜି ପୂର୍ବାହ୍ନରେ ନାଥସାହି ପଂଚାୟତର ନୂଆପଡା ଠାରେ ହେଲିକ୍ୟାପ୍ଟରରେ ଓହ୍ଲାଇ ରୋଡ ସୋରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ପାଧେୟ କରି ଲୋକେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଛନ୍ତି । ତେବେ ଏହି ରୋଡ ସୋ ନୂଆପଡାଠାରୁ ବାହାରି ମା’ ବିରଜା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ଓ ସମର୍ଥକ ।