କନକ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଘନଛି ବିବାଦ । ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କେ ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଛନ୍ତି ସମ୍ବିତ । କାହିଁକି ଏବଂ କେମିତି କେ. ରମେଶଙ୍କ ମୃତ୍ୟୁ ହେଲା ସେନେଇ ତୁରନ୍ତ ଏହାର ଯାଞ୍ଚ କରିବାକୁ ଲିଖିତ ଆଦେନ କରିଛନ୍ତି ସମ୍ବିତ ।
ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଏନଏଚଆରସି ଗଲେ ସମ୍ବିତ୍ ପାତ୍ର । ପୁରୀ ପୋଲିସକୁ ଟାର୍ଗେଟ କଲେ, ତୁରନ୍ତ ଘଟଣାର ତଦନ୍ତ ପାଇଁ NHRCଙ୍କୁ ଅପିଲ୍ କଲେ ।
Advertisment
Follow Us