କନକ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଘନଛି ବିବାଦ । ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କେ ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଛନ୍ତି ସମ୍ବିତ । କାହିଁକି ଏବଂ କେମିତି କେ. ରମେଶଙ୍କ ମୃତ୍ୟୁ ହେଲା ସେନେଇ ତୁରନ୍ତ ଏହାର ଯାଞ୍ଚ କରିବାକୁ ଲିଖିତ ଆଦେନ କରିଛନ୍ତି ସମ୍ବିତ ।
ଏପରିକି ହାଜତ ମୃତ୍ୟୁ ପରେ କେ. ରମେଶଙ୍କ ଶବକୁ ପୁରୀ ପୋଲିସ୍ ପରିବାର ଲୋକଙ୍କ ବିନା ଜାଣତରେ ସ୍ୱର୍ଗଦ୍ୱାର ନେଇ ଶବ ସତ୍ କାର କରିବା ଘଟଣାକୁ ମଧ୍ୟ ପ୍ରତିବାଦ କରିଛନ୍ତି । କହିଛନ୍ତି ପୋଲିସର ଏ କି ପ୍ରକାରର ଜୁଲମ୍ ପରିବାର ଲୋକଙ୍କୁ ଶବ ନଦେଖାଇ ପୋଡ଼ିଦେଲେ । କେବଳ ଏତିକି ନୁହେଁ ଚାରିଆଡୁ ପ୍ରତିବାଦ ଉଠୁଥିବାବେଳେ ପୋଲସ୍ ଏବେ ତାଙ୍କ କେ.ରମେଶଙ୍କ ବାପା-ମାଆ କେଉଁଆଡ଼େ ଗାଏବ କରିଦେଇଛି ବୋଲି ଅଭିଯୋଗ ମଧ୍ୟ ଆଣିଛନ୍ତି ସମ୍ବିତ । ତେବେ ମୃତ କେ.ରମେଶଙ୍କ ବାପା-ମାଆଙ୍କ ସୁରକ୍ଷା ସହ ତାଙ୍କୁ ତୁରନ୍ତ ଛାଡ଼ିବାକୁ କମିଶନଙ୍କୁ ଜଣାଇଛନ୍ତି । ଏବଂ ଘଟଣାର ସତ୍ୟସତ୍ୟ ପାଇଁ ଏକ ଟିମ୍ ତୁରନ୍ତ ପୁରୀକୁ ପଠାନ୍ତୁ ବୋଲି ଅପିଲ୍ କରିଛନ୍ତି ସମ୍ବିତ୍ ।