ଥାନାରେ କେଉଁଠୁ ଆସିଲା ଏତେ ପରିମାଣର ବିସ୍ଫୋରକ ? ପ୍ରଶ୍ନ ଉଠାଇଲା ବିଜେପି

ଘଟଣାର ନିରପେକ୍ଷ ତଦନ୍ତ ଦାବି; ଆଜି ନିର୍ବାଚନ କମିଶନକୁ ଭେଟି ହେବ ଫେରାଦ, ସେପଟେ ପ୍ରତିକ୍ରିୟା ରଖିଲା ବିଜେଡି

104

କନକ ବ୍ୟୁରୋ : ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯଦି ରକ୍ଷକ ସୁରକ୍ଷିତ ନୁହଁନ୍ତି ତେବେ ଲୋକେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ସମୟରେ ଏପରି ହେବା ତଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପିପିଲିର ଅନେକ ଅଂଚଳ ବଳଙ୍ଗା ଥାନା ଅଧିନରେ ଆସୁଛି । ଏସଡ଼ିପିଓ ମଧ୍ୟ ପିପିଲି ଅଂଚଳର ।

ଅନ୍ୟପଟେ ପିପିଲିରେ ଅନେକ ବର୍ଷ ହେବ ଗ୍ୟାଙ୍ଗୱାର ହେଉଥିବା ସେ କହିଛନ୍ତି । ଯଦି ବାଣ ଥିଲା କେତେ ଦିନ ଯାଏ ରହିପାରିବ ଏବଂ ଏହା ନିଷ୍କ୍ରିୟ କାହିଁକି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ବିଜେପିର ଅଭିଯୋଗ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡ଼ି । ଔଷଧ ବିକଳରେ ବିଜେପି ତାଟିଆ କାମୁଡ଼ୁଥିବା କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ବିଜେପିର ଅଭିଯୋଗ ଆଧାର ହୀନ୍ନ ଏବଂ ପ୍ରମାଣ ଥିଲେ ଦବା ପାଇଁ ଚ୍ୟାଲେଂଜ କରିଛନ୍ତି ବିଜେଡି ନେତା । ବିସ୍ଫୋରଣ କାହିଁକି ହେଲା ପୋଲିସ ତାର ତଦନ୍ତ କରୁଥିବା ସେ ସୂଚନା ଦେଇଛନ୍ତି ।