ବିଦେଶ ମାଟିରେ ମହକିଲା ଓଡିଶା ସଂସ୍କୃତି : କତାରରେ ଆୟୋଜିତ ହେଲା ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ , ଡାଲଖାଇ ଗୀତରେ ଝୁମିଲେ ଦର୍ଶକ ।

161

ବିଦେଶରେ ଓଡିଆ ସଂସ୍କୃତିର ମହକ । ଭାରତ ଠାରୁ ସୂଦୁରରେ ଥିବା କତାରରେ ଦେଖିବାକୁ ମିଳିଛି, ଓଡିଶା ସଂସ୍କୃତିର ଝଲକ । କତାରର ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ ଆୟୋଜିତ ଇଣ୍ଡିଆ କମ୍ୟୁନିଟି ଫେଷ୍ଟିଭାଲ-୨୦୨୦ ର ‘ପେସେଜ ଟୁ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଦୋହାର ଏମଆଇଏ ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଛି । ଉତ୍କଳିକା- କତାର ଓଡିଶା ସୋସାଇଟି ପକ୍ଷରୁ ଓଡିଶାର ଲୋକନୃତ୍ୟ ସମ୍ବଲପୁରୀ ପରିବେଷଣ କରାଯାଇଥିଲା । ଲୋକପ୍ରିୟ ସମ୍ବଲପୁରୀ ଗୀତ ଡାଲ ଖାଇ ଗୀତରେ ଉକ୍ରଳିକା- କତାର ଓଡିଶା ସୋସାଇଟିର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଗୀତ ସରିବା ପରେ କରତାଳିରେ ଉଛୁଳି ପଡିଥିଲା କାର୍ଯ୍ୟକ୍ରମସ୍ଥଳ ।