କରୋନା ମୁକାବିଲା ପାଇଁ ଅଂଟା ଭିଡିଲେ ମହିଳା । ସମ୍ବଲପୁରରେ ବସ୍ତି ଅଂଚଳରେ ଗରିବ ଲୋକଙ୍କୁ ବାଂଟିଲେ ମାଗଣାରେ ମାସ୍କ

708

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସବୁଠି ଏବେ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଏହାରି ଭିତରେ ବଜାରରେ ହଠାତ୍ ମାସ୍କ ଓ ସାନିଟାଇଜର ଚାହିଦା ବଢିଛି । ଚାହିଦା ଏତେ ମାତ୍ରାରେ ରହିଛି ଯେ ଏହା ଉପଲବ୍ଧ ହେଉନି । ଏପରି ସ୍ଥିତିରେ ସଂବଲପୁରରୁ ଆସିଛି ଏପରି ଚିତ୍ର ଯାହାକୁ ଦେଖିଲେ ଆପଣ ଜଣାଇବେ ସାଧୁବାଦ ।

ସଂବଲପୁରରେ ମାଗଣା ମାସ୍କ ବଂଟନ ପାଇଁ ଅଂଟା ଭିଡିଛନ୍ତି ଜଣେ ମହିଳା । ବବି ବୁଟିକର ମାଲିକ ନିଜର ସମସ୍ତ କର୍ମଚାରୀଙ୍କୁ ଏବେ ନିୟୋଜିତ କରିଛନ୍ତି ମାସ୍କ ତିଆରି କରିବାରେ । ସଂବଲପୁରରେ ବସ୍ତି ଅଂଚଳରେ ଗରିବ ଲୋକଙ୍କୁ ସେ ୧୦୦୦ ମାସ୍କ ବଂଟନ କରିବେ ବୋଲି କହିଛନ୍ତି । ସଂବଲପୁରୀ କପଡାରେ ସେ ସମସ୍ତ ମାସ୍କକୁ ତିଆରି କରୁଛନ୍ତି । ଏହାକୁ ମାଗଣା ବଂଟନ କରି ଲୋକଙ୍କୁ କରୋନା ନେଇ ସଚେତନ କରାଇବେ ବୋଲି ସେ କହିଛନ୍ତି ।

Comments are closed.