କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସବୁଠି ଏବେ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଏହାରି ଭିତରେ ବଜାରରେ ହଠାତ୍ ମାସ୍କ ଓ ସାନିଟାଇଜର ଚାହିଦା ବଢିଛି । ଚାହିଦା ଏତେ ମାତ୍ରାରେ ରହିଛି ଯେ ଏହା ଉପଲବ୍ଧ ହେଉନି । ଏପରି ସ୍ଥିତିରେ ସଂବଲପୁରରୁ ଆସିଛି ଏପରି ଚିତ୍ର ଯାହାକୁ ଦେଖିଲେ ଆପଣ ଜଣାଇବେ ସାଧୁବାଦ ।
ସଂବଲପୁରରେ ମାଗଣା ମାସ୍କ ବଂଟନ ପାଇଁ ଅଂଟା ଭିଡିଛନ୍ତି ଜଣେ ମହିଳା । ବବି ବୁଟିକର ମାଲିକ ନିଜର ସମସ୍ତ କର୍ମଚାରୀଙ୍କୁ ଏବେ ନିୟୋଜିତ କରିଛନ୍ତି ମାସ୍କ ତିଆରି କରିବାରେ । ସଂବଲପୁରରେ ବସ୍ତି ଅଂଚଳରେ ଗରିବ ଲୋକଙ୍କୁ ସେ ୧୦୦୦ ମାସ୍କ ବଂଟନ କରିବେ ବୋଲି କହିଛନ୍ତି । ସଂବଲପୁରୀ କପଡାରେ ସେ ସମସ୍ତ ମାସ୍କକୁ ତିଆରି କରୁଛନ୍ତି । ଏହାକୁ ମାଗଣା ବଂଟନ କରି ଲୋକଙ୍କୁ କରୋନା ନେଇ ସଚେତନ କରାଇବେ ବୋଲି ସେ କହିଛନ୍ତି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/MASK-1.jpg)