ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍: ପାଣି ପାଇଁ ରାସ୍ତା ଅବରୋଧ , ରାଜପଥ ଉପରେ ମାଠିଆ, ଗରା ଧରି ଠିଆ ହୋଇଛନ୍ତି ମହିଳା ,ନୂଆ କରି ମାନ୍ୟତା ପାଇଥିବା ସମ୍ବଲପୁର ମହାନଗର ନିଗମ ରେ ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଚନ୍ତି ସ୍ଥାନୀୟ ଲୋକେ । ପାଇପ ଲାଇନ ବିଛା ହୋଇଛି, ପାଣି ଷ୍ଟାଂଡ ରହିଛି । କିନ୍ତୁ ମୁନ୍ଦାଏ ପାଣି କେବେ ଆସିବା କେହି ଦେଖିନାହାନ୍ତି । ଫଳରେ ଆଜି ସ୍ଥାନୀୟ ମହିଳା ସମ୍ବଲପୁର- ଭୁବନେଶ୍ୱର ରାଜରାସ୍ତା ଅବରୋଧ କରିଛନ୍ତି । ପ୍ରାୟ ୨ ହଜାର ଲୋକ ବସବାସ କରୁଥିବା ଏହି ଅଂଚଳରେ ୪ଟି ନଳକୁଅ ମଧ୍ୟ ରହିଛିା କିନ୍ତୁ ଏଥିରୁ ମଧ୍ୟ ପାଣି ଆସୁନାହିଁ । ମହିଳାଙ୍କ ଅବରୋଧ ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ ଏଡିଏମ ଘଟଣାସ୍ଥଳକୁ ପାଣି ଟାଙ୍କର ପଠାଇବା ସହ ଉଚ୍ଚ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିଥିଲେ । ପାଣି ସମସ୍ୟାର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଟାଙ୍କର ଯୋଗେ ପାଣିଯୋଗାଇ ଦିଆଯିବ ବୋଲି ଏଡିଏମ ପ୍ରତିଶୃତି ଦେଇଛନ୍ତି । ଫଳରେ ଆନଦୋଳନକାରୀ ମହିଳାମାନେ ରାସ୍ତା ଅବରୋଧରୁ ହଟିଥିଲେ ।
ସମ୍ବଲପୁରରେ ପାଣି ପାଇଁ ଚକା ଜାମ୍ : ରାଜରାସ୍ତାରେ ଶତାଧିକ ମହିଳା
/kanak/media/post_attachments/wp-content/uploads/2016/05/vlcsnap-2016-05-09-13h42m11s090.png)