ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା

ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା

କନକ ବ୍ୟୁରୋ : ସଜେଇ ହେଉଛି ସମ୍ବଲପୁର ସହର । ଚିତ୍ରକର କାନ୍ଥରେ ସୁନ୍ଦର ସୁନ୍ଦର ଛବି ଆଙ୍କୁଛନ୍ତି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହି ଅଭିନବ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ସହର ସାରା ଏପରି ସୁନ୍ଦର ଛବି ଅଙ୍କା ଚାଲିଛି । ସହରର କାନ୍ଥରେ ଚିତ୍ର ଆଙ୍କିବା ପାଇଁ ୨୦ଟି ଗ୍ରୁପ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରୁ ଚିତ୍ରକର ଆସି ମନଲୋଭ ଚିତ୍ର ଆଙ୍କୁଛନ୍ତି  । ଏନେଇ ଲକ୍ଷ ଲକ୍ଷ ଟଙ୍କା ମହାନଗର ନିଗମ ପକ୍ଷରୁ ବ୍ୟୟ ବରାଦ କରାଯାଉଛି । ଆଉ କିଛି ଦିନ ମଧ୍ୟରେ ସହର ସମସ୍ତ ମୁଖ୍ୟ ରାସ୍ତାରେ ଏହି ୱାଲ ପେଂଟି କାମ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କାନ୍ଥରେ ସୁନ୍ଦର ସୁନ୍ଦର ପେଂଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏପରି କଳାକୃତି ପଥଚାରୀଙ୍କୁ ଘଡ଼ିଏ ଅଟକାଇ ଦେଉଛି । ଅନ୍ୟପଟେ ଭିନ୍ନ ଭିନ୍ନ ସ୍ଥାନ ଅନୁସାରେ ଥିମ ଚୟନ କରି ପେଂଟି କାମ ଚାଲିଛି । ଷ୍ଟାଡିୟମ କାନ୍ଥରେ ଖେଳକୁଦ ସମ୍ପର୍କୀୟ ପେଂଟି ତ ଜେଲ କାନ୍ଥରେ ନ୍ୟାୟିକ ବ୍ୟବସ୍ଥାର ପେଂଟି, ଅନ୍ୟପକ୍ଷରେ ସାଧାରଣ କାନ୍ଥରେ ବିଭିନ୍ନ ସଚେତନତା ଧର୍ମର ପେଂଟି ଅଙ୍କା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe