ନିଟ୍ – ୨୦୨୧ ପରୀକ୍ଷାରେ ‘ବିରାଟ’ ଛାତ୍ରଛାତ୍ରୀଙ୍କ ବାଜିମାତ୍  । ଶିକ୍ଷାନୁଷ୍ଠାନ ଟପ୍ପରଙ୍କୁ ସମ୍ବର୍ଦ୍ଧନା । 

126

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୧ ନିଟ୍ ପରୀକ୍ଷା ଫଳାଫଳ । ଏଥିରେ ବାଜି ମାରିଛନ୍ତି ସମ୍ବଲପୁର ସ୍ଥିତ ‘ବିରାଟ’ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଚିଳତ ବର୍ଷ ନିଟ୍ ପ୍ରବେଶିକା ପରୀକ୍ଷାରେ ଏହି ଅନୁଷ୍ଠାନର ୨୨ଜଣ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଟପ୍ପର ହୋଇଛନ୍ତି ବିଜୟିନୀ ମହାପାତ୍ର । ମୋଟ ୬୬୫ ନମ୍ବର ରଖିଛନ୍ତି । ଶିକ୍ଷାନୁଷ୍ଠାନ ପକ୍ଷରୁ ବିଜୟିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କ୍ରମରେ ଶିକ୍ଷକଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ଅନୁଷ୍ଠାନର ପରିଚାଳକ ତଥା ଅଧ୍ୟକ୍ଷ ରାହୁଲ ରାଜ୍ ।

 

ଏହାପରେ ଚଳିତ ବର୍ଷ ନିଟ୍ ,ଜେଇଇ, ଓୟୁଏଟି ,ଆଇଜର, ନାଇଜର ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ଆଡମିସନ ସେସ୍ ଘୋଷଣା କରାଯାଇଛି । ଯୁକ୍ତ ଦୁଇ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ‘ବିରାଟ’  ପକ୍ଷରୁ ଆଡମିସନ୍ ସୂଚନା ଦିଆଯାଇଛି ।