ଜେଇଇ ମେନ୍ ପରୀକ୍ଷା ଫଳଫଳ ଘୋଷଣା : ବାଜି ମାରିଲେ ‘ବିରାଟ’ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ

485

କନକ ବ୍ୟୁରୋ : ସର୍ବଭାରତୀୟ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବଲପୁରସ୍ଥିତ ବିରାଟ୍ ଇନଷ୍ଟିଚ୍ୟୁଟ ତାର ସଫଳତା ବଜାୟ ରଖିଛି । ଏହାର ୩୪ ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି ।

ଏବର୍ଷ ‘ବିରାଟ’ରୁ ଟପ୍ପର ହୋଇଛନ୍ତି ଆୟୁଷ୍ମାନ ଅଗ୍ରୱାଲ । ସେ ୯୯.୭୧ ପ୍ରତିଶତ ମାର୍କ ରଖିଛନ୍ତି । ଅନ୍ୟ ଶୀର୍ଷରେ ରହିଥିବା ଛାତ୍ରଛାତ୍ରୀ ହେଲେ ସାହିଲ କୁମାର ମେହେର, ରାହୁଲ ଦୋରା, ବିଶାଲ ରାଉତ, ଆଶ୍ୱସ୍ତି ପାଣ୍ଡିଆ, ସିଦ୍ଧି ପାଣିଗ୍ରାହୀ ଓ ସୁଚିତ୍ରା ମୁର୍ମୁ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବିରାଟର ଅଧ୍ୟକ୍ଷ ରାହୁଲ ରାଜ୍ ଛାତ୍ରଛାତ୍ରୀଙ୍କୁ ଅଭନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଅଧ୍ୟାପକଙ୍କ ନିରନ୍ତର ପ୍ରୟାସକୁ ତଥା ବିରାଟର ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ସଫଳତା ଶ୍ରେୟ ଦେଇଛନ୍ତି ।

+୨ ପାସ୍୍ ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍, ଏମ୍ସ, ଜେଇଇ, ଓୟୁଏଟି, ଆଇଜର, ନାଇଜର ଓ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତ ପାଇଁ ଏକବର୍ଷିୟା ପାଠ୍ୟକ୍ରମ ଟାର୍ଗେଟ ବ୍ୟାଚର ଆରମ୍ଭରୁ ସୂଚନା ଦିଆଯାଇଥିଲା ।
ଏବର୍ଷ ମହାମାରୀ କୋଭିଡ୍-୧୯ ସତ୍ତେ୍ୱ ଅନଲାଇନରେ ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥାରେ ପ୍ରଶଂସା ସହ ଛାତ୍ରଛାତ୍ରୀଙ୍କୁ ନିରାପଦରେ ରହିବା ପାଇଁ ‘ବିରାଟ’ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।