କନକ ବ୍ୟୁରୋ: ସମ୍ବଲପୁର ଶାସନ ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମହଲରେ ଆନନ୍ଦ ର ଲହରି ଖେଳିଯାଇଛି । ବିଜ୍ଞାନ ବିଭାଗର ଆଶୁତୋଷ ନାଏକ ସର୍ବାଧିକ ୫୫୦, ଅନ୍ୱେଷା କର ୫୪୯, ସତିଶ ପାଣିଗ୍ରାହୀ ୫୪୬, ଶିବାନୀ ନାଏକ ୫୪୫ ଏବଂ ଇପସିତା ପଟେଲ ୫୪୧ ମାର୍କ ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ବାଣିଜ୍ୟ ବିଭାଗରେ ଅପର୍ଣ୍ଣା ଭାରତୀ ୫୬୬, ଶାଶ୍ୱତ କେଶରି ପ୍ରଧାନ ୫୫୬, ଦିବ୍ୟାଂଶୁ କୁମାର ସାହୁ ୫୫୫ ଏବଂ ମଧୁସ୍ମିତା ବେହେରା ୫୪୧ ମାର୍କ ରଖି ଦୀର୍ଘ ବର୍ଷର ରେର୍କଡକୁ ଭାଙ୍ଗିିବାରେ ସଫଳ ହୋଇପାରିଛନ୍ତି ।
ସେହିପରି ବିଜ୍ଞାନ ବିଭାଗର ୫ଜଣ ୯୦ ପ୍ରତିଶତରୁ ଉଧ୍ୱର୍ ନମ୍ବର ରଖିଥିବା ବେଳେ ୩୫ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଉଦ୍ଧ୍ୱର୍ ନମ୍ବର ରଖିଛନ୍ତି । ବାଣିଜ୍ୟ ବିଭାଗରେ ମଧ୍ୟ ୪ ଜଣ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ନମ୍ବର ରଖିଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଏହା ସହିତ ଉଭୟ ବିଭାଗରେ ୧୫୩ ଜଣ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ୧୩୭ ଜଣ ପ୍ରଥମ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି।
ଫଳାଫଳ ପ୍ରକାଶ ପାଇବା ପରେ ବିକାଶ ଅନୁଷ୍ଠାନ ସମୂହର ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିକାଶ ଅନୁଷ୍ଠାନ ସମୂହର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ, ଭି. ଶ୍ରୀନିବାସ, ନିର୍ଦ୍ଦେଶକ ଜି. ରାମକ୍ରିଷ୍ଣ , ନିର୍ଦ୍ଦେଶିକା ଗୀତିକା ଚୌଧୁରୀ , ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ବାବୁ, ବିକାଶ କନସେପ୍ଟ ସ୍କୁଲ ଅଧ୍ୟକ୍ଷ ମନୋରନ୍ଜନ ପତି , ବିକାଶ ସିନିୟର ସେକେଣ୍ଡେରୀ ସ୍କୁଲ୍ର ଅଧ୍ୟକ୍ଷା ଡଃ ପୁଷ୍ପିତା ପଣ୍ଡା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କ୍ରମାଗତ ଭାବରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସମ୍ବଲପୁର ଜିଲ୍ଲା ସହ ସମଗ୍ର ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/WhatsApp-Image-2024-05-27-at-9.05.45-AM.jpeg)