ଅନ୍ଧାରରେ ଭବିଷ୍ୟତ! ଏଇଆରବିର ବିନା ସ୍ୱୀକୃତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩ ବର୍ଷ ଧରି ଚାଲିଛି ସ୍କୁଲ ଅଫ ଫିଜିକ୍ସ ପାଠ୍ୟକ୍ରମ

ଅନ୍ଧାରରେ ଭବିଷ୍ୟତ! ଏଇଆରବିର ବିନା ସ୍ୱୀକୃତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩ ବର୍ଷ ଧରି ଚାଲିଛି ସ୍କୁଲ ଅଫ ଫିଜିକ୍ସ ପାଠ୍ୟକ୍ରମ

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଅନ୍ଧାରରେ ୩ ବର୍ଷର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ସାଂଘାତିକ ଖେଳ । ସାମ୍ନାକୁ ଆସିଛି ବିଶ୍ୱବିଦ୍ୟାଳୟର ଚରମ ଅବହେଳାର ଅଭିଯୋଗ ହୋଇଛି । ଆଟମିକ୍ ଏନରଜି ରେଗୁଲେଟରୀ ବୋର୍ଡ ଅର୍ଥାତ୍ ଏଇଆର୍ବିର ସ୍ୱୀକୃତି ନପାଇ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ହେଲା ସ୍କୁଲ ଅଫ ଫିଜିକ୍ସ ବିଭାଗ ଖୋଲାଯାଇ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ଜାରି ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏନେଇ ଜଣାପଡିବା ପରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ହେଲେ କିଛି ଲାଭ ହୋଇନାହିଁ ।

publive-image

ତେଣୁ ଏହାର ସମାଧାନ ଦାବି କରି ଛାତ୍ରଛାତ୍ରୀମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ଘଟଣା ନେଇ ପ୍ରତିକ୍ରୟା ରଖିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇନଚାର୍ଚ କୁଳପତି । ବିନା ସ୍ୱକୃତୀରେ ସ୍କୁଲ ଅଫ ଫିଜିକ୍ସ ବିଭାଗରେ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ଚାଲିଥିବା ଘଟଣାକୁ ସ୍ୱୀକାର କରିବା ସହ ଏନେଇ ସେତେବେଳେର ଦାୟିତ୍ୱରେ ଥିବା ଡିପି ଓଝା କାହିକିଁ ସ୍ୱିକୃତୀ ନପାଇ ପାଠ୍ୟକ୍ରମ ଆରମ୍ଭ କରିଥିଲେ ତାଙ୍କୁ ଜବାବ ତଲବ କରାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇରୁ ଏଇଆରବିର ଏକ ଟିମ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଆସିବା ସହ ବିଭାଗ ସ୍ୱିକୃତୀ ମିଳିବ କି ନାହିଁ ସେନେଇ ତର୍ଜମା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe