ଦାବି ପୂରଣ ହେଲାନି କିନ୍ତୁ ଚାଲିଗଲା ଜୀବନ : ନିୟମିତ କରିବା ଦାବିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତ୍ମାହୂତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ

ଦାବି ପୂରଣ ହେଲାନି କିନ୍ତୁ ଚାଲିଗଲା ଜୀବନ : ନିୟମିତ କରିବା ଦାବିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତ୍ମାହୂତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ

କନକ ବ୍ୟୁରୋ : କଟକ ସ୍ଥାନାନ୍ତର ସମୟରେ ଅନୁଗୁଳରେ ପ୍ରାଣ ହରାଇଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର । ଚାକିରୀ ନିୟମିତ କରିବା ଓ ସର୍ବନିମ୍ନ ପାରିଶ୍ରମିକ ଦାବିରେ କୁଳପତିଙ୍କ ଚାମ୍ବର ସମ୍ମୁଖ ସମ୍ମିଳନୀ କକ୍ଷ ପାଖରେ ପେଟ୍ରୋଲ ଢାଳି ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁରରୁ କଟକ ସ୍ଥାନାନ୍ତର କରିବା ସମୟରେ ଅନୁଗୁଳ ଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କାର୍ଯ୍ୟରତ ଥିଲେ । ଚାକିରୀ ନିୟମିତ କରିବାକୁ ସେ ବାରମ୍ବାର ଦାବି କରିଆସୁଥିଲେ । ଚାକିରୀ ନିୟମିତ କରିବା ପାଇଁ କୋର୍ଟରୁ ୩ ଥର ଅର୍ଡର ମଧ୍ୟ ଆଣିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଯୋଗୁଁ ଦୀନବନ୍ଧୁ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe