ପୂରଣ ହେଲାନି ଦାବି : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ଚାକିରୀ ନିୟମିତ କରିବାକୁ କୋର୍ଟରୁ ୩ ଥର ଅର୍ଡର ଆଣିଥିଲେ ବି କେହି ନଶୁଣିବା ପରେ ପଦକ୍ଷେପ

164

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ କିରାଣୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଉଦ୍ୟମ କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଚାମ୍ବର ସମ୍ମୁଖରେ ଥିବା ସମ୍ମିଳନୀ କକ୍ଷ ପାଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି ।

ଏଥିପାଇଁ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଦିନବନ୍ଧୁଙ୍କ ପୁଅ । ଚାକିରୀ ନିୟମିତ କରିବା ସାଙ୍ଗକୁ ସର୍ବନିମ୍ନ ପାରିଶ୍ରମିକ ଦେବାକୁ ବାରମ୍ବାର ଦାବି କରୁଥିଲେ ଦିନବନ୍ଧୁ । ୩୫ ବର୍ଷର ଚାକିରି କାଳରେ ଚାକିରି ନିୟମିତ କରିବା ପାଇଁ ୩ ଥର କୋର୍ଟରୁ ଅର୍ଡର ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶ ଥାଇ ବି ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ଦିନବନ୍ଧୁ ନିଜକୁ ଶେଷ କରିଦେବା ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।