ଦବିଲା ନିର୍ମାଣଧୀନ ବ୍ରିଜ : ତ୍ରୁଟିଗତ ସେଂଟ୍ରି ଯୋଗୁ ଦବିଗଲା ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ନିର୍ମାଣଧୀନ ଥିବା ବ୍ରିଜ; ଗାଁ ଲୋକଙ୍କ ବିରୋଧ

ପୂର୍ତ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଗଲା ସେଟ୍ରିଂ

77

କନକ ବ୍ୟୁରୋ : ଦବିଲା ନିର୍ମାଣଧୀନ ବ୍ରିଜ ।ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ବ୍ରିଜ ନିର୍ମାଣ ଚାଲିଛି । ତେବେ ତ୍ରୁଟିଗତ ସେଂଟ୍ରି ଯୋଗୁଁ ବ୍ରିଜ ଦବିଯାଇଛି । ବ୍ରଜିଟି ୪ ବକ୍ସ ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ବକ୍ସରେ ଛାତ ପକାଇବା ପରେ ତାହା ଦବିବା ସହ ଝୁଲି ଯାଇଥିଲା ।

ତେବେ ଠିକ ସଂସ୍ଥା ଜ୍ୟାକ ଲଗାଇ ସେଂଟ୍ରି କାମ ପାଇଁ ଉଦ୍ୟମ କରିବାରୁ ଗାଁ ଲୋକେ ବିରୋଧ କରିଥିଲେ । ଉତେଜନା ହେବାରୁ ପୂର୍ତବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସେଟ୍ରିଂ ଖୋଲାଯାଇଛି । ସେପଟେ ଏହି ଘଟଣା ପାଇଁ ପୂର୍ତବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।