ଲୋକସଭାରେ ସାଂସଦଙ୍କ ଶପଥ ପାଠ । ଓଡିଆରେ ଶପଥ ନେଲେ ସମ୍ବଲପୁର ଓ ସୁନ୍ଦରଗଡ ସାଂସଦ । ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡଙ୍ଗୀ ।

167

କନକ ବ୍ୟୁରୋ: ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ । ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଉଛନ୍ତି ।

ଏହି ସମୟରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନ୍ଦରଗଡ ଲୋକସଭାରୁ ଜୁଏଲ ଓରାମ ନିର୍ବାଚିତ ହୋଇଛନ୍ତି । ଓଡିଶାରୁ ବିଜେପିରୁ ୨୦ ସାଂସଦ ନିର୍ବାଚିତ ହୋଇଛନ୍ତି । ଆଉ କାମଚଳା ବାଚସ୍ପତି ନିଜେ ଜଣେ ଓଡିଆ ହୋଇଥିବାରୁ ଶପଥ ସମାରୋହରେ ଓଡିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବାର ସମ୍ଭାବନା ଥିଲା । ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନ ଓଡିଆରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ସାନ୍ତାଳୀ ଭାଷାରେ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେବାର ସୂଚନା ରହିଛି ।