କନକ ବ୍ୟୁରୋ: ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ । ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଉଛନ୍ତି ।
ଏହି ସମୟରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନ୍ଦରଗଡ ଲୋକସଭାରୁ ଜୁଏଲ ଓରାମ ନିର୍ବାଚିତ ହୋଇଛନ୍ତି । ଓଡିଶାରୁ ବିଜେପିରୁ ୨୦ ସାଂସଦ ନିର୍ବାଚିତ ହୋଇଛନ୍ତି । ଆଉ କାମଚଳା ବାଚସ୍ପତି ନିଜେ ଜଣେ ଓଡିଆ ହୋଇଥିବାରୁ ଶପଥ ସମାରୋହରେ ଓଡିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବାର ସମ୍ଭାବନା ଥିଲା । ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନ ଓଡିଆରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ସାନ୍ତାଳୀ ଭାଷାରେ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେବାର ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/46-4.jpg)