କନକ ବ୍ୟୁରୋ: ଏକ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ଗୋଟିଏ ଦିନ ବିଳମ୍ବ ହେବାରୁ ଏସଆଇ ନିଲମ୍ବିତ । ସମ୍ବଲପୁର ଅଇଁଠାପାଲି ଥାନା ସବ-ଇନସ୍ପେକ୍ଟର ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି । ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ନକରିବାରୁ ଅଭିଯୁକ୍ତକୁ ଜାମିନ ମିଳିଗଲା । ଯାହାକୁ ନେଇ ସମ୍ବଲପୁର ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ ନିଲମ୍ବିତ କରିଛନ୍ତି ।
ସମ୍ବଲପୁର ବଢାରଜା ଅଂଚଳରେ ଭଡାରେ ରହୁଥିବା ସୌରଭ ନାମକ ଯୁବକ ଜଣେ ଘର ମାଲିକାଣୀଙ୍କୁ ତଂଟି ଚିପି ଓ ଛୁରି ଭୂସି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ଦିଆଯାଇଥିଲା । ଯୁଗଳ ଏହି ମାମଲାର ତଦନ୍ତ ୧୨୦ ଦିନ ଭିତରେ କରି ଚାର୍ଜସିଟ୍ ଦେବା କଥା ହେଲେ ସେ ଗୋଟିଏ ଦିନ ବିଳମ୍ବ ଅର୍ଥା ୧୨୧ ଦିନରେ ଚାର୍ଜସିଟ୍ ଦାଖଲ କରିଥିଲେ । ଏସଆଇଙ୍କ ଅବହେଳା ଯୋଗୁଁ ଅଭିଯୁକ୍ତ ସୌରଭ କୋର୍ଟରୁ ଜାମିନ ପାଇବାରେ ସକ୍ଷମ ହୋଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି ।