ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର : ପଡିଲା ହାତଗଣ୍ଠି, ବିବାହ ବନ୍ଧନରେ ବାନ୍ଧିହେଲେ ଶିବ-ପାର୍ବତୀ

Advertisment
ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର : ପଡିଲା ହାତଗଣ୍ଠି, ବିବାହ ବନ୍ଧନରେ ବାନ୍ଧିହେଲେ ଶିବ-ପାର୍ବତୀ

କନକ ବ୍ୟୁରୋ : ପଡ଼ିଲା ହାତଗଣ୍ଠି । ବ୍ରାହ୍ମ୍ୟ ମୂହୁର୍ତ୍ତରେ ହେଲା ଶିବ ପାର୍ବତୀଙ୍କ ବାହାଘର । ଗତକାଲି ଦିନ ସାରା ଉଭୟ ବର ଓ କନ୍ୟା ଘର ଚଳଚଞ୍ଚଳ ହୋଇ ଉଠିଥିଲା । ସଂଧ୍ୟାରେ ମାତା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ, ତୈଳାଭିଷେକ ଆଦି ନୀତି ଶେଷ ହୋଇ ରାତିରେ ବରବେଶରେ ସଜ୍ଜିତ କରାଯାଇଥିଲା । ମହାଆଳତୀ ପରେ କନ୍ୟା ଘର ଅଭିମୁଖେ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା । ବିବାହ ସମ୍ପନ୍ନ ହେବା ପରେ ଆଜି ବିବାହ ବେଦୀରେ ଦର୍ଶନ ଦେଉଛନ୍ତି ନବ ଦମ୍ପତି । ରାତିରେ ଅନୁଷ୍ଠିତ ହେବ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ।

ଏଥି ପାଇଁ ବୁଧବାର ରାତିରେ ବିଭିନ୍ନ ପଡ଼ାରୁ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା। ସବୁ ପଡ଼ାର ଯାତ୍ରାରେ ଘଣ୍ଟ, ଶ˚ଖ, ଦୁଲ୍‌ଦୁଲି ବାଜା, ଡିଜେ, ଲାଇଟ୍, ସାଉଣ୍ଡ, ରେକର୍ଡ ଡ୍ୟାନ୍‌ସ ଆଦି ସାମିଲ ଥିଲେ। ଏହାଛଡ଼ା ନନ୍ଦପଡ଼ା ଶୋଭାଯାତ୍ରାରେ ଶବର ନାଚ, କେରଳର କାନ୍ତାରା ନୃତ୍ୟ, କାଳି ନାଚ, ଅଘୋରି ନାଚ, ଡମ୍ବରୁ ନାଚ, ମୁଦିପଡ଼ାରେ ଗଂଜାମର ଯୋଡ଼ିଶଂଖ, କିନ୍ନର ନୃତ୍ୟ, ଠାକୁରପଡ଼ାର କଣ୍ଢେଇ ନାଚ ଆଦି ବରଯାତ୍ରୀ ଶୋଭାଯାତ୍ରାର ପ୍ରମୁଖ ଆକର୍ଷଣ ଥିଲା। ବୁଧବାର ରାତି ପ୍ରାୟ ୧୧ଟା ବେଳେ ନନ୍ଦପଡ଼ାର ବ˚ବ˚ ବରାଡ଼ ବାଲୁ˚କେଶ୍ବର ବାବାଙ୍କ ବରାତ ଧୁମ୍‌ଧାମ୍‌ରେ ବାହାରିଥିଲା ।

ବାଲୁଙ୍କେଶ୍ବର ବାବା ମାରୱାଡ଼ିପଡ଼ା ଛକରୁ ବରବେଶରେ ବାହାରି ହାଟପଡ଼ା, ନନ୍ଦପଡ଼ା, ଦଧିବାମନ ଗଳି, କଂସାରିପଡ଼ା, ବୈଦ୍ୟନାଥ ଛକ, ଗୋଲବଜାର ଛକ, ଲକ୍ଷ୍ମୀ ଟକିଜ୍‌, ଫାଟକ, ବୁଢ଼ାରଜା ଦେଇ ଜଗନ୍ନାଥ କଲୋନିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ବୃଷଭ ସବାର ବାଲୁ˚କେଶ୍ବର ବାବାଙ୍କ ସହ ସାକ୍ଷୀ ଗୋପୀନାଥ, ପଞ୍ଚବକ୍ତ୍ର, ନନ୍ଦୀ, ଭୃଙ୍ଗୀ ଓ ଅନ୍ୟାନ୍ୟ ଦେବାଦେବୀ ବରଯାତ୍ରାରେ ଯାଇଥିଲେ। ଏହି ବରଯାତ୍ରାରେ ବରପିତା ରାମଚରଣ ମିଶ୍ର, ପଡ଼ାର ମୁରବି, ଯୁବକ, ଯାତ୍ରା କମିଟି ସଦସ୍ୟଙ୍କ ସମେତ ହଜାର ହଜାର ଭକ୍ତ ଓ କଳାକାର ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe