କନକ ବ୍ୟୁରୋ : ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ସହର । ଆଜି ବିଳମ୍ବିତ ରାତିରେ ହେବ ମହାଦେବଙ୍କ ବିବାହ । ଗତକାଲି ଥିଲା ଦେବ ନିମନ୍ତ୍ରଣ ବା ହନୁମାନ ନିଉତା । ଏଥିପାଇଁ ସହରର ମୁଖ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ହନୁମାନ ମହାପ୍ରଭୁ । ବିମାନରେ ବିଜେ କରି ବିରାଟ ପଟୁଆରରେ ଯାଇ ହନୁମାନ ମହାପ୍ରଭୁ ନିମନ୍ତ୍ରଣ କରିଛନ୍ତି । ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ଦେଇ ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ବେଶ୍ ଉତ୍ସବମୁଖର ହୋଇ ଉଠିଥିଲା ସମ୍ବଲପୁର ସହର ।