ଦଶହରାରେ ମାଆ ଦୁର୍ଗାଙ୍କ ଦଶମୀ ପୂଜା : ସମ୍ବଲପୁରରେ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୁର ଖେଳର ପରମ୍ପରା

78

କନକ ବ୍ୟୁରୋ : ଦଶହରାରେ ମାଆ ଦୁର୍ଗାଙ୍କ ଦଶମୀ ପୂଜା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ସମ୍ବଲପୁରରେ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୁର ଖେଳର ପରମ୍ପରା ରହିଛି । ବିଶେଷ କରି ଦଶହରାରେ ବଙ୍ଗାଳୀ ସଂପ୍ରଦାୟରେ ଦେଖିବାକୁ ମିଳିଥାଏ ଏହି ସିନ୍ଦୁର ଖେଳ । ଦଶହରାରେ ମାଆ ଦୁର୍ଗତିନାଶିନୀଙ୍କୁ ବିଦାୟ ଦେବା ପାଇଁ ସିନ୍ଦୁର ଲଗାଇ ଥାନ୍ତି ବଙ୍ଗାଳୀ ସଂପ୍ରଦାୟର ମହିଳାମାନେ । ସମ୍ବଲପୁର କାଳିବାଡି ମଣ୍ଡପରେ ବହୁ ସଂଖ୍ୟାରେ ମହିଳାମାନେ ଏକାଠି ହୋଇ ମାଆ ଦୁର୍ଗାଙ୍କୁ ସିନ୍ଦୁର ଲଗାଇଛନ୍ତି । ଏହା ସହ ପରସ୍ପରକୁ ସିନ୍ଦୁର ଲଗାଇ ମହିଳାମାନେ ଦଶହରାରେ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ସପ୍ତମୀ, ଅଷ୍ଟମୀ, ନବମୀରେ ମାଆଙ୍କ ପୂଜା କରିବା ସହ ଦଶମୀରେ ମାଆ ଦଶଭୂଜାଙ୍କୁ ସିନ୍ଦୁର ଲଗାଇ ବିଦାୟ ଦେବାର ପରମ୍ପରା କାହିଁ କେତେ କାଳରୁ ଏଠାରେ ଚଳି ଆସୁଛି ।