କନକ ବ୍ୟୁରୋ : ବଙ୍ଗଳା ଫିଲ୍ମରେ ଓଡିଆ ନାୟିକା । ସମ୍ବଲପୁରର ଝିଅ ସିଦ୍ଧି ପ୍ରିୟଦର୍ଶିନୀ ବଙ୍ଗଳା ଫିଲ୍ମରେ ସୁଯୋଗ ପାଇଛନ୍ତି । ଇନ୍ତେଜାର ଫିଲ୍ମରେ ପ୍ରିୟଦର୍ଶିନୀ ଅଭିନୟ କରିବା ସହିତ କଣ୍ଠଦାନ କରିଥିବା ସୂଚନା ରହିଛି । ମୁମ୍ବାଇର ଜଣାଶୁଣା ବ୍ଲାକ ସ୍କ୍ରିନ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଥମ କେତୋଟି ଗୀତ ରେକର୍ଡ ସରିଛି । ବାକି କିଛି ଗୀତ ରେକର୍ଡିଂ ଚାଲିଛି ।
ପ୍ରଶାନ୍ତ ରାୟ ମାଇକେଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦଶକ ଓ ପ୍ରଯୋଜକ ଅଛନ୍ତି ପ୍ରସନ୍ନଜିତ୍ ପି ମିଶ୍ର । ସିଦ୍ଧି ପ୍ରିୟଦର୍ଶିନୀ ଏବେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ତିନି ବାଣିଜ୍ୟ ଶେଷ ବର୍ଷରେ ପାଠ ପଢୁଛନ୍ତି । ଓଡିଆ ଫିଲ୍ମରେ ଅନେକ ବଙ୍ଗାଳୀ ଅଭିନେତ୍ରୀ ଆସି ସୁଯୋଗ ପାଉଥିବାର ନଜିର ରହିଛି । ରଚନା ବାନାର୍ଜୀ, କୋଏଲ ବାନାର୍ଜୀ, ଝିଲିକ, ମେଘନା ଘୋଷ ଆଦି ବଙ୍ଗଳା ଅଭିନେତ୍ରୀ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ଓଡିଆ ଝିଅ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି । ଏବେ ଆଉ ଜଣେ ଓଡିଆ ଝିଅ ବଙ୍ଗଳା ଫିଲ୍ମରେ ସୁଯୋଗ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/16_07_2022-16rka_35_16072022_267_22898664_4438.jpg)