ସମ୍ବଲପୁରରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବୈଠକର ନିଷ୍ପତି : ଚଳିତବର୍ଷ ମଧ୍ୟ ମହିଳାମାନେ ଖଣ୍ଡା ବୁଲାଇବା ପରମ୍ପରାରେ ସାମିଲ

28

କନକ ବ୍ୟୁରୋ : ଗତକାଲି ସମ୍ବଲପୁରରେ ବସିଥିବା ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବୈଠକରେ ଖଣ୍ଡା ବୁଲାଇବା ନେଇ ନିଷ୍ପତି ହୋଇଛି । ଗତଥର ଭଳି ଚଳିତବର୍ଷ ମଧ୍ୟ ସହରର ମହିଳାମାନେ ଖଣ୍ଡା ବୁଲାଇବା ପରମ୍ପରାରେ ସାମିଲ ହେବେ । ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଖଣ୍ଡା ବୁଲା ଉପରେ ପ୍ରଶାସନ କଟକଣା ଜାରି କରିଥିଲା ।