କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୭ରେ ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ଆଜିଠୁ ଆରମ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସକାଳ ୬ଟାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପାଇଁ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।