ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ୨ଟି ଘଟଣାରେ ୮ ଅଭିଯୁକ୍ତଙ୍କୁ ବାନ୍ଧିଲା ସୁନ୍ଦରଗଡ ପୋଲିସ

696

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋଲିସକୁ ମିଳିଛି ସଫଳତା । ଜଙ୍ଗଲରେ ଜଘନ୍ୟକାଣ୍ଡ ଭିଆଇଥିବା ଦୁଷ୍କର୍ମକାରୀଙ୍କୁ ବାନ୍ଧିଛି ପୋଲିସ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ୭ ଜଣ ଅଭିଯୁକ୍ତ । ୭ ଜଣଙ୍କୁ ରାଉରକେଲା ନିକଟରୁ ଗିରଫ କରିଛି ସୁନ୍ଦରଗଡ ପୋଲିସ ।


ତେବେ ଗତ ୮ ତାରିଖ ଦିନ ସୁନ୍ଦରଗଡ ବୀରମିତ୍ରପୁର ଥାନା କୁଆଁରମୁଣ୍ଡାରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ୧୦ ଯୁବକ । ଖାଲି ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ କରି ଭାଇରାଲ କରିଥିଲେ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ଗିରଫ ହୋଇଥିବା ବେଳେ ଏବେ ବି ଆଉ ୩ ଜଣ ଫେରାର ଅଛନ୍ତି । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଥିବା ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି ।

ସେପଟେ ଅନ୍ୟଏକ ନାବାଳିକା ଦୁର୍ଷ୍କମ ଓ ହତ୍ୟା ଘଟଣାରେ ହେମଗିରି ପୋଲିସକୁ ମିଳିଛି ଆଉ ଏକ ସଫଳତା । ଅଭିଯୁକ୍ତକୁ ଗିରଫ କରିବା ସହ ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ କୁଲଦୀପ୍ ଗୋପାଳପୁର ଅଚଂଳରେ ଏମସିଏଲ କୋଇଲା ଖଣିର ପାଣି ଟ୍ୟାଙ୍କରରେ କାମ କରୁଥିଲା । କାମ କରିବା ସମୟରେ ସେ ନାବାଳିକା ସଂସ୍ପର୍ଶରେ ଆସିଥିଲା । ତେବେ ଦୁହିଁଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ଚାଲିଥିଲା । ଘଟଣା ଦିନ ଅଭିଯୁକ୍ତ ନାବାଳିକାକୁ ଫୋନ ଯୋଗେ ନିକଟସ୍ଥ ଜଙ୍ଗଲକୁ ଡ଼ାକିଥିଲା । ସେଠାରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରି ଫେରାର ହୋଇଥିଲା ଅଭିଯୁକ୍ତ । ତେବେ ନାବାଳିକାର କଲ ରେକର୍ଡ଼ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ତେବେ ସୁନ୍ଦରଗଡର ୨ଟି ଘଟଣା ନେଇ ଗତ ଦୁଇ ଦିନ ହେବ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅପହରଣ ଓ ଦୁଷ୍କର୍ମ ଘଟଣାରେ ଘାଇଲା କରିଛନ୍ତି ବିରୋଧୀ । ଆଉ ଶେଷରେ ଆଜି ସୈତାନଙ୍କୁ ବାନ୍ଧିଛି ପୋଲିସ ।