ହୋଲି ଅବସରରେ ନୂଆ ରୁପରେ ଟ୍ରାକରେ ଚାଲିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି ! ଟ୍ରେନରେ ଲାଗିଲା ଉକ୍ରୃଷ୍ଟ କୋଚ୍ ।

ହୋଲି ଅବସରରେ ନୂଆ ରୁପରେ ଟ୍ରାକରେ ଚାଲିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି ! ଟ୍ରେନରେ ଲାଗିଲା ଉକ୍ରୃଷ୍ଟ କୋଚ୍ ।

www.jagran.com

ଲୋକପ୍ରିୟ ଟ୍ରେନ୍ ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସକୁ ଆଜିଠାରୁ ନୂଆ ରୂପରେ ଦେଖିବାକୁ ମିଳିଛି। ବୁଧବାରଠାରୁ ‘ଉତ୍କୃଷ୍ଟ’ ଯୋଜନାରେ ଏକ ନୂଆ ରଂଗୀନ ବଗିଯୁକ୍ତ ରୢାକ୍ ଏହି ଟ୍ରେନରେ ଲାଗିଛି। ଏଥିରେ ଅନେକ ଗୁଡ଼ିଏ ଅତିରିକ୍ତ ସୁବିଧା ସୁଯୋଗ ଓ ଯାତ୍ରୀ ପରିସେବା ଉପଲବ୍ଧ ରହିଛି। ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର, ସାତଟି ଦ୍ବିତୀୟ ଶ୍ରେଣୀ ସଂରକ୍ଷିତ ଚେୟାର କାର, ପାଞ୍ଚଟି ଦ୍ବିତୀୟ ଶ୍ରେଣୀ ଅଣସଂରକ୍ଷିତ ବସିବା ବଗି ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ମୋଟ ୧୬ଟି ବଗି ରହିଛି। ଏହି ଟ୍ରେନକୁ ହଳଦିଆ ଓ ଗାଢ଼ ମାଟିଆ ରଂଗ କରାଯାଇଛି। ଶୌଚାଳୟରେ ଉନ୍ନତ ମାନର ସୁବିଧା କରାଯାଇଛି। ରଂଗୀନ ମ୍ୟାଟ୍ ସହ ପିଭିସି ଓ ଏପୋକ୍ସି ଫ୍ଲୋରିଂ କରାଯାଇଛି। କ୍ରୋମପ୍ଲେଟ୍ ଯୁକ୍ତ ପିତଳ ଟ୍ୟାପ୍ ଲଗାଯାଇଛି। ଦ୍ୱୈତ କାର୍ଯ୍ୟ କରୁଥିବା ଫ୍ଲସିଂ ଭାଲଭ ବ୍ୟବସ୍ଥା କରାଯାଇଛି। ଷ୍ଟେନଲେସ୍ ଷ୍ଟିଲର ଡଷ୍ଟବିନ୍ ଓ ଅନ୍ୟ ଉପକରଣ ଲଗାଯାଇଛି। ଏସି କୋଚରେ ହାତ ଧୋଇବା ପାଇଁ ତରଳ ହ୍ୟାଣ୍ଡୱାସ୍ ବାହାରିବା ବ୍ୟବସ୍ଥା କରାଯାଇଛି। ଏସି କୋଚରେ ଟଏଲେଟ୍ ପେପର ଉପଲବ୍ଧ କରାଯାଇଛି। ଦୁର୍ଗନ୍ଧ ପ୍ରତିହତ ପାଇଁ ଭେଞ୍ଚୁରି ଭଳି ପବନ ନିଷ୍କାସନ ସହ ସ୍ବୟଂଚାଳିତ ସୁଗନ୍ଧ ବ୍ୟବସ୍ଥା କରାଯାଇଛି। ସବୁ କୋଚରେ ଶକ୍ତି ସଂରକ୍ଷଣ ପାଇଁ ଏଲଇଡି ଆଲୋକ ଓ ନୂତନ ଫ୍ୟାନ ବ୍ୟବସ୍ଥା ହୋଇଛି। ସୌନ୍ଦର୍ଯ୍ୟକରଣ ପାଇଁ ଏସି କୋଚ୍ ଗୁଡ଼ିକରେ ତୈଳଚିତ୍ର ଓ ଫଟୋ ଇତ୍ୟାଦି ଲଗାଯାଇଛି। ଫଟୋରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଗାନ୍ଧୀ ମିନାର ସମେତ ଅନେକ ସ୍ଥାନୀୟ କୀର୍ତ୍ତିରାଜି ସ୍ଥାନ ପାଇଛି। ରେଳ ହେରିଟେଜ, ସ୍ବଚ୍ଛ ଭାରତ, ପରିବେଶ ରକ୍ଷା, ଏକ ଭାରତ ଶ୍ରେଷ୍ଠ ଭାରତ, ବାୟୋ ଟଏଲେଟ ସୂଚନା ସହିତ ଅନ୍ୟ ସୂଚନା ଗୁଡିକର ଷ୍ଟିକର ଗୁଡିକୁ ଏହି ଟ୍ରେନର କୋଚରେ ଅଲୁମିନିୟମ ବୋର୍ଡରେ ଲଗାଯାଇଛି।

publive-image

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ଉକ୍ରୃଷ୍ଟ କୋଚ୍ ଲାଗିବା ପୂର୍ବରୁ ପୂର୍ବତଟ ରେଳପଥର ଶାଖାପାଟଣା-ହଜରତ ନିଜ଼ାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଓ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସରେ ପରୀକ୍ଷାମୂଳକ ଭାବେ ଉକ୍ରୃଷ୍ଟ କୋଚ୍ ବ୍ୟବସ୍ଥା କରା ଯାଇଥିଲା। ପୂର୍ବତଟ ରେଳପଥରେ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ତୃତୀୟ ଟ୍ରେନ ଯେଉଁଥିରେ ଉକ୍ରୃଷ୍ଟ କୋଚ୍ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe