ଅସହାୟ ବରିଷ୍ଠ ନାଗିରକଙ୍କ ମୁହଁରେ ଫୁଟିବ ହସ । ସାହାଯ୍ୟର ହାତ ବଢାଇଲା ସମ୍ବଲପୁର ପୋଲିସ ।

140

କନକ ବ୍ୟୁରୋ : ଅଲୋଡା, ଅସହାୟ ଅବସ୍ଥାରେ ଦିନ କାଟୁଥିବା ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ ପୁଲିସ । ଦ୍ଵାର ମୁହଁକୁ ଯାଇ ସେମାନଙ୍କ ଦୁଃଖ ଵୁଝିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ । ଆବଶ୍ୟକସ୍ଥଳେ ପ୍ରତିଦିନ ରନ୍ଧା ଖାଦ୍ୟ ଘରେ ନେଇ ପହଞ୍ଚାଇବ । କରୋନା କାଳରେ ଏସପି ସାଗରିକା ନାଥଙ୍କ ତତ୍ତ୍ବାଵଧାନରେ ସୁନ୍ଦରଗଡ଼ ପୁଲିସ ଆରମ୍ଭ କରିଛି ଏହି ଅଭିନବ ମାନବୀୟ କାର୍ଯ୍ୟକ୍ରମ । ପ୍ରଥମ କରି ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ସୁନ୍ଦରଗଡ଼, ଵୀରମିତ୍ରପୁର, ରାଜଗାଙ୍ଗପୁର ପୌରାଞ୍ଚଳରେ ଏହି ଅଭିଯାନକୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଆଜି ଏସପି ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସଵିଶେଷ ସୂଚନା ଦେଇଥିଲେ । ୩ ସହରରୁ ଏଥିପାଇଁ ୫ଶହ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ପୁଲିସ ପକ୍ଷରୁ ପ୍ରସ୍ତୁତ ଏକ ସ୍ଵତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ । ଯେଉଁଠି ବରିଷ୍ଠ ନାଗରିକଙ୍କ ସଵିଶେଷ ଠିକଣା ସହ ପୁଲିସର ଯୋଗାଯୋଗ ମୋବାଇଲ ନମ୍ବର ରହିଛି । ବରିଷ୍ଠମାନେ କୌଣସି ସମୟରେ କୌଣସି ଅସୁଵିଧା ଵା ସମସ୍ୟାରେ ପଡିଲେ ତୁରନ୍ତ ଉକ୍ତ ନମ୍ବରରେ କଲ୍ ଅଥବା ହ୍ବାଟସ ଆପରେ ବାର୍ତ୍ତା ଦେଇ ସହଯୋଗ ଲୋଡିପାରିଵେ । ଏହି କାର୍ଯ୍ୟକ୍ରମରେ ପୁଲିସ ବରିଷ୍ଠ ନାଗରିକଙ୍କୁ ଖାଦ୍ୟ, ଔଷଧ ଓ ଆବଶ୍ୟକତା ଅନୁସାରେ ଅନ୍ୟ ସହାୟତା ଯୋଗାଇଵେ ।

କୌଣସି ସ୍ଥିତିରେ ବରିଷ୍ଠ ନାଗରିକ ଵାହାରକୁ ବାହାରିବାର କଷ୍ଟ ଯେମିତି ନ ପାଆନ୍ତି, ସେଥିପ୍ରତି ପୁଲିସ ସ୍ବତନ୍ତ୍ର ଧ୍ୟାନ  ଦେଵେ । ପ୍ରତି ସପ୍ତାହରେ ଥରେ ପୁଲିସ ଘରକୁ ଯାଇ ସେମାନଙ୍କ ସୁଖଦୁଃଖ ବୁଝିବେ । ଏପରିକି କୌଣସି ଘଟଣାରେ ଏତଲା ଦେବାକୁ ଚାହିଲେ ଵରିଷ୍ଠ ହ୍ବାଟସଆପରେ ତାକୁ ପଠାଇପାରିଵେ । ଯାହାକୁ ପ୍ରାଥମିକ ସୂଚନା ତଥ୍ୟ  (ଏଫଆଇଆର) ଭାବେ ଗ୍ରହଣ କରାଯିବ ଵୋଲି ଏସପି କହିଥିଲେ । ଏହିକ୍ରମରେ ଆଜି ଉପଖଣ୍ଡ ପୁଲିସ ଅଧିକାରୀ ମଧସିକ୍ତା ମିଶ୍ର, ଟାଉନଥାନା ଅଧିକାରୀ ଵିଵତ୍ସ ପ୍ରଧାନ ପ୍ରମୁଖ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡାକୁ ଯାଇ ଜଣେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।