ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ଲାଂଚ । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏସପି

176

କନକ ବ୍ୟୁରୋ : କାଠଚାଳାଣକାରୀଠୁ ଲାଂଚ ନେବା ପୋଲିସ ଅଧିକାରୀଙ୍କୁ ପଡିଛି ମହଙ୍ଗା । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି । ଭିଡିଓ ଭାଇରାଲ ପରେ ତଦନ୍ତ କରି ଯୁଯୁମରା ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଗାଡି ଡ୍ରାଇଭର, ଜଣେ ହାବିଲଦାର, ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଯୁଯୁମରା ଥାନା ବାଗଦଫା ଗାଁର ଡିଲେଶ୍ୱର ଦୁତିଆଚାନ୍ଦଙ୍କ ଠାରୁ ବେଆଇନ କାଠ ଜବତ କରାଯାଇଥିଲା । ଏହି ମାମଲାକୁ ରଫାଦଫା କରିବା ପାଇଁ ୨୦ ହଜାର ଟଙ୍କା ଜଣେ ପାନଦୋକାନୀଙ୍କ ଜରିଆରେ ଲାଂଚ ନେଇଥିବା ଭିଡିଓ ଭାଇରାଲ ହୋଇଥିଲା । ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସପି ସୂଚନା ଦେଇଛନ୍ତି ।

Comments are closed.